ବର୍ତ୍ତମାନର ମୁଖ୍ୟ ଖବର ତାରିଖ- ୨୫/୦୫/୨୦୨୫,ରବିବାର

╔━━━━🔅━━━━━━━━🔅━━╗
║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୫/୦୫/୨୦୨୫,ରବିବାର🌼 ║
╚━━━━🔅━━━━━━━━ 🔅━━╝
୧- 👉 ମହଙ୍ଗା ପଡିଲା ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା, ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ।‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ ଗୌତମ ଲେଙ୍କା (୨୮)। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ଦୁଇ ଜଣ ଓଡ଼ିଆ ଯୁବକ ପାକିସ୍ତାନର ଗୁଣଗାଡ଼ କରିଛନ୍ତି, ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି।
୨- 👉 ଜାତିସଂଘରେ ସ୍ପଷ୍ଟୀକରଣ ରଖିଲା ଭାରତ: ସିନ୍ଧୁ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ବୋଲି ଶୁକ୍ରବାର ଭାରତ ଜାତିସଂଘରେ କହିଛି। ୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥାନେନୀ ହରିଶ ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ପାକିସ୍ତାନୀ ପ୍ରତିନିଧି ଦଳ ଦ୍ୱାରା ପ୍ରସାରିତ ଭୁଲ ସୂଚନାକୁ ପ୍ରତ୍ୟାଖ୍ୟାନ କରି ଏହି ଚୁକ୍ତିକୁ ସ୍ଥଗିତ ରଖିବାର ପ୍ରମୁଖ କାରଣ ଉପରେ ଆଲୋକପାତ କରିଛନ୍ତି। ଏଥିରେ ପହଲଗାମ ଆକ୍ରମଣ ସମେତ ବାରମ୍ବାର ସୀମାପାର ଆତଙ୍କବାଦର ଉଦାହରଣ ମଧ୍ୟ ରଖିଛନ୍ତି।
୩- 👉 ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
୪- 👉 ଶିକାରୀଙ୍କ ଗୁଳିରେ ଫରେଷ୍ଟର୍ ମୃତ: ୪ ଶିକାରୀ ଗିରଫ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଫରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ଓ ତାଙ୍କ ନିଜ ଘର କାମାକ୍ଷାନଗର ବ୍ଲକ୍ ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିସିସିଏଫ୍ଙ୍କୁ ନିର୍ଦ୍ଦେଶ ଦେବା ସହ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାରେ ୪ ଜଣ ଶିକାରୀ ଗିରଫ ହୋଇଥିବା ନେଇ ସୂଚନା ରହିଛି।
୫- 👉 ଦିଲ୍ଲୀରେ ବସିଲା ନିତି ଆୟୋଗ ୧୦ମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ।ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଦେଶର ବିକାଶ ପାଇଁ ଆମକୁ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବେ । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ବୋଲି ମୋଦୀ କହିଛନ୍ତି । ଆଜିର ବୈଠକରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାଁନ୍ତି ।
୬- 👉 X ଅଚଳ, ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ।ଶନିବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ କୋଟିପତି ଶିଳ୍ପପତି ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ହଠାତ୍ କାମ କରିବା ବନ୍ଦ କରିଦେଇଛି। X ର ଏହି ବିଭ୍ରାଟ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥିଲା, ଯେଉଁମାନେ ନା ସେମାନଙ୍କର ଫିଡ୍ ଦେଖିପାରିଲେ ନା କିଛି ନୂଆ ପୋଷ୍ଟ କରିପାରିଲେ। X ରେ କଣ୍ଟେଣ୍ଟ ଲୋଡ୍ ହେଉନଥିଲା ଏବଂ ଲଗଇନ୍ ପରେ ଉପଭୋକ୍ତାମାନେ ଏକ ଖାଲି ସ୍କ୍ରିନ୍ ଦେଖୁଥିଲେ।
୭- 👉 ଶୁବମନ ଗିଲ ଅଧିନାୟକ।ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି ଏବଂ ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।
୮- 👉 ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା।ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା। ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୧ନଂ ଟର୍ମିନାଲରେ ପାଣି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଲଗାଣ ବର୍ଷା କାରଣରୁ ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।
୯- 👉 ଓଡ଼ିଶାରେ ବଡ଼ ବର୍ଷା।ପ୍ରାକ ମୌସୂମୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବର୍ଷାର ବିସ୍ତୃତି ବଢ଼ିବା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରପଡ଼ା ଓ ଜଗତ୍ସିଂହପୁର ଆଦି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
୧୦- 👉 କେରଳ ଛୁଇଁଲା ମୌସୁମୀ: ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା।ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ଫଳରେ ଦକ୍ଷିଣ ଭାରତରେ ମୌସୂମୀ ବର୍ଷା ଆରମ୍ଭ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବାଦଲ ସମୂହର ଗତି ପଶ୍ଚିମ/ଉତ୍ତରପଶ୍ଚିମ ନୁହେଁ, ବରଂ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୩.୧ କିମି ଉଚ୍ଚରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି।
୧୧-👉ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର ଦିନ ନୂଆପଡା ଆର୍ ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଖରିଆରର ରାସ୍ତା ଏବଂ କୋଠାବାଡି (ଆର୍ ଆଣ୍ଡ ବି) ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୦୫/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
୧୨-👉ଦେଶର ସରକାରୀ ବିଭାଗ, ପ୍ରତିଷ୍ଠାନ ଏବଂ ଘରୋଇ କମ୍ପାନୀଗୁଡ଼ିକରେ କାମ କରୁଥିବା ୭ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ସୁଧ ହାର ୮.୨୫%ରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୭ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଏକ ଝଟକା ପରି, ଯେଉଁମାନେ ସୁଧ ହାର ବୃଦ୍ଧି ଆଶା କରୁଥିଲେ।
୧୩-👉ଅଭିନେତା ମୁକୁଲ ଦେବଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି। ମୁକୁଲ ଦେବଙ୍କ ମୃତ୍ୟୁ ଖବରକୁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାଁନ୍ତି। କୁହାଯାଉଛି ଯେ ମୁକୁଲ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା (ମୁକୁଲ ଦେବ ରୋଗ) ଖରାପ ହୋଇଯାଇଥିଲା ଏବଂ ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ତାଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଅଭିନେତା ମୁକୁଲ ଦେବଙ୍କ ମୃତ୍ୟୁ ହୋଇଛି।
୧୪-👉ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହାର ବିଷୟବସ୍ତୁ ଥିଲା ‘ବିକଶିତ ଭାରତ @୨୦୪୭’। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ରାଜ୍ୟକୁ ‘ଟିମ୍ ଇଣ୍ଡିଆ’ ଭାବନାରେ କେନ୍ଦ୍ର ସରକାରଙ୍କ ସହିତ ମିଶି କାମ କରିବାକୁ ନିବେଦନ କରିଥିଲେ। ଯାହା ଦ୍ଵାରା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରାଯାଇପାରିବ।
୧୫-👉ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି ଏବଂ ‘ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି । ଚେକ୍ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ୍ ପ୍ଲାନ୍ କରୁଛନ୍ତି । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ ଏବଂ ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି।
Odisha +2 Admission 2025 Application Form, Eligibility, Fee @samsodisha.gov.in
ଖବର ଆଜିର ୨୫-୦୫-୨୦୨୫ ରବିବାର
୧- ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ।
୨- ନୀତି ଆୟୋଗ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଲେ।
୩- କଟକ: ସଡ଼କ ଦୁର୍ଘଟଣାକୁ ବଳିଗଲାଣି ଜଳ ବୁଡ଼ି, ଦିନକୁ ହାରାହାରି ଯାଉଛି ୪ ଜୀବନ, କଟକରେ ସର୍ବାଧିକ, ବୌଦ୍ଧରେ ସର୍ବନିମ୍ନ।
୪- ୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି , ଅଧିକ ଲାଭ ଦେବାକୁ କହି ଠକିଥିଲା।
୫- ସଅଳ ଆସିଲା ମୌସୁମୀ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ। ମେଘ ଗତି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି।
୬- ଓଡ଼ିଶା ବିକାଶର ଭିଜନ ୨୦୪୭, ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ। ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୭- ଭୁବନେଶ୍ୱର: ନୂଆ ରୂପ ପାଇଲା ପ୍ରଗତି ସ୍ପୋର୍ଟିଂ, ଆତ୍ୟାଧୁନିକ ବୋଲିଂ ମେସିନ, ୭ ଟି ପିଚ୍, ଇଣ୍ଡୋର୍ ହଲ୍ ସାଇଡ ସ୍କ୍ରିନ୍ ପାଇଲା ପ୍ରଗତି।
୮- ରେଢ଼ାଖୋଲ: ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ, ହତ୍ୟାକାଣ୍ଡ ପରେ ୩ ଫେରାର।
୯- ଭୁବନେଶ୍ୱର: ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ।
୧୦- କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ: ସ୍ୱାମୀଙ୍କ କଳାଧନକୁ ଲୁଚାଇଥିଲେ ସ୍ତ୍ରୀ, ଧରାଇ ଦେଲା ଭଡ଼ାଟିଆ।
୧୧- ଗୁଜରାଟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳି କଲେ ସୁରକ୍ଷାବାହିନୀ।
୧୨- ରାଉରକେଲାରେ ତିନି ପୁଲିସ ଖୋଲା ପଡ଼ିଆରେ ମଦ ପିଉଥିବାବେଳେ ଲୋକମାନେ ମାଡିବସିଲେ।
୧୩- ଗଞ୍ଜାମ ରାମପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ ଘଟଣାରେ ଆସାମୀ ଗିରଫ, ମାଉଜର ଜବତ।
୧୪- ଗଞ୍ଜାମ ଗୋପାଳପୁରରେ ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍; ଜଣେ ମୃତ, ଦୁଇ ଆହତ।
୧୫- କଟକରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ, ଭିଡିଓ ଭାଇରାଲ, ୨ ଗିରଫ। ପୂର୍ବରୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିଜୟ ରାଲିରେ ପାକିସ୍ତାନ ପତାକା ଉଡିଥିଲା।
୧୬- ଦୁନିଆର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ, ଜାପାନକୁ ପକାଇଲା ପଛରେ: ନୀତି ଆୟୋଗ ସିଇଓ।
୧୭- ଇପିଏଫ୍ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର, ୮.୨୫% ସୁଧହାରକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର।
୧୮- ଆରପାରିରେ ସନ ଅଫ ସର୍ଦ୍ଦାର ଅଭିନେତା ମୁକୁଲ ଦେବ: ୫୪ ବର୍ଷ ବୟସରେ ଦୁନିଆକୁ ବିଦାୟ କହିଲେ ଅଭିନେତା।
୧୯- ଆସନ୍ତା ୨୮ ତାରିଖରେ କୋଭିଡ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ। ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ।
୨୦- ପାକିସ୍ତାନକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ : ଭାରତକୁ ଆଡ ଆଖିରେ ଚାହିଁଲେ ଭୟଙ୍କର ଜବାବ ମିଳିବ।
୨୧- ଛତିଶଗଡ଼ ରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ। ନାମରେ ଥିଲା ୮୭.୫୦ ଲକ୍ଷ ପୁରସ୍କାର।
୨୨- ଗୁଜରାଟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳି କଲେ ସୁରକ୍ଷାବାହିନୀ।
୨୩- କେରଳ କୋଚି ଉପକୂଳରେ ମାଲବାହୀ ଜାହଜ ବୁଡ଼ିଲା। ୯ ଜଣ ଉଦ୍ଧାର, ଅନ୍ୟ ୧୫ ଜଣ ନିଖୋଜ
୨୪- ‘କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ’ରେ ଆଇପିଏସ ନିଯୁକ୍ତି ବନ୍ଦ ହେଉ’ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ।
୨୫- ବାଂଲାଦେଶରେ ରାଜନୈତିକ ସଙ୍କଟର ଅବସାନ! ଇସ୍ତଫା ଦେବାକୁ ଧମକ ଦେଉଥିବା ୟୁନୁସ୍ ଏବେ ପଦରେ ରହିବାକୁ ହେଲେ ରାଜି।
୨୬- ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ଶୁବମନ୍ ଗିଲ୍ ନୂଆ ଟେଷ୍ଟ ଟିମ୍ ଅଧିନାୟକ।
୨୭- ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଋଷଭ ପନ୍ତ ହେଲେ ଟିମ୍ ଇଣ୍ଡିଆର ଟେଷ୍ଟ ଉପଅଧିନାୟକ।
୨୮- IPL:ବିଜୟ ସହ ଦିଲ୍ଲୀର ଅଭିଯାନ ଶେଷ, ପଞ୍ଜାବର ଟପ୍-୨ ପ୍ରବେଶ କଷ୍ଟକର!
ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଜନ୍ମଦିନ
ଖବର ଆଜିର, ୨୫ ମେ, ରବିବାର
ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ। ବାଦଲ ଗତି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି
ଶୀଘ୍ର ଆସିଲା ମୌସୁମୀ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
ପୁରୀରେ ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ। ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ।
ଓଡ଼ିଶା ବିକାଶ ଭିଜନ ୨୦୪୭। ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ। ନିତି ଆୟୋଗ ବୈଠକରେ ପ୍ରେଜେଣ୍ଟ କଲେ ମୁଖ୍ୟମନ୍ତ୍ରୀ ମାଝୀ
ରାଜ୍ୟରେ ପାଣିରେ ବୁଡି ଦିନକୁ ହାରାହାରି ଯାଉଛି ୪ ଜୀବନ। କଟକ ଜିଲ୍ଲାରେ ସର୍ବାଧିକ।
ଭୁବନେଶ୍ୱର ପ୍ରଗତି ସ୍ପୋର୍ଟିଂ କ୍ଲବରେ ଏବେ ଆତ୍ୟାଧୁନିକ ବୋଲିଂ ମେସିନ, ୭ ଟି ପିଚ୍, ଇଣ୍ଡୋର୍ ହଲ୍ ସାଇଡ ସ୍କ୍ରିନ୍
ରାଉରକେଲାରେ ତିନି ପୁଲିସ ଖୋଲା ପଡ଼ିଆରେ ମଦ ପିଉଥିବାବେଳେ ଲୋକମାନେ ମାଡିବସିଲେ।
ସାଇବର ଠକ ପ୍ରମୋଦ ମହାନ୍ତି ୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା। ଅଧିକ ଲାଭ ଦେବାକୁ କହି ଠକିଥିଲା।
କଟକରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ, ଭିଡିଓ ଭାଇରାଲ, ୨ ଗିରଫ। ପୂର୍ବରୁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିଜୟ ରାଲିରେ ପାକିସ୍ତାନ ପତାକା ଉଡିଥିଲା
କଟକ ବାଙ୍କୀ କୁଶୁପଲ୍ଲାକୁ ଗୋରୁ ଚାଲାଣ ସମୟରେ ବୈଦ୍ୟେଶ୍ୱର ପୋଲିସ ୬ ଗୋରୁ ଉଦ୍ଧାର କରିଛି
ସମ୍ବଲପୁର ରେଢ଼ାଖୋଲରେ ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣି ହତ୍ୟାକାଣ୍ଡ, ୩ ଫେରାର।
ଗଞ୍ଜାମ ରାମପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ ଘଟଣାରେ ଆସାମୀ ଗିରଫ, ମାଉଜର ଜବତ
ଢେଙ୍କାନାଳରେ ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁ। ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ।
କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ। କଳାଧନକୁ ଲୁଚାଇଥିଲେ ସ୍ତ୍ରୀ, ଧରାଇଲା ଭଡ଼ାଟିଆ।
ଗଞ୍ଜାମ ଗୋପାଳପୁରରେ ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍; ଜଣେ ମୃତ, ଦୁଇ ଆହତ।
ବଲାଙ୍ଗୀର ସଇଁତଲାରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ।
ଛତିଶଗଡ଼ ରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ। ନାମରେ ଥିଲା ୮୭.୫୦ ଲକ୍ଷ ପୁରସ୍କାର।
ଗୁଜରାଟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳି କଲେ ସୁରକ୍ଷାବାହିନୀ।
କ୍ରିକେଟ ଆଇପିଏଲରେ ଦିଲ୍ଲୀର ବିଜୟ। ଅଡୁଆରେ ପଞ୍ଜାବ
ନୀତି ଆୟୋଗ ସିଇଓ କହିଲେ, ଜାପାନକୁ ପଛରେ ପକାଇ ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ
ଇପିଏଫ୍ ହିତାଧିକାରୀଙ୍କ ପାଇଁ ୮.୨୫% ସୁଧହାରକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର।
ସନ ଅଫ ସର୍ଦ୍ଦାର ଅଭିନେତା ମୁକୁଲ ଦେବ ୫୪ ବର୍ଷ ବୟସରେ ଆଖି ବୁଜିଲେ
ଜମ୍ମୁ-କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧୀ, ପୁଞ୍ଚରେ କ୍ଷତିଗ୍ରସ୍ତଙ୍କୁ ଭେଟି ସହାୟତାର ପ୍ରତିଶ୍ରୁତି ଦେଲେ।
କେରଳ କୋଚି ଉପକୂଳରେ ମାଲବାହୀ ଜାହଜ ବୁଡ଼ିଲା। ୯ ଜଣ ଉଦ୍ଧାର, ଅନ୍ୟ ୧୫ ଜଣ ନିଖୋଜ
‘କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ’ରେ ଆଇପିଏସ ନିଯୁକ୍ତି ବନ୍ଦ ହେଉ’ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ
ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ
ଆଜି ଅନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ
ଆଜି ଜନ୍ମଦିନ: ରାସବିହାରି ବୋଷ, କରନ ଜୋହର, କୁନାଲ ଖେମୁ, ଭଜନ ସମ୍ରାଟ ଭିକାରୀ ବଳ
ଆଜି ତିରୋଧାନ: ସୁନୀଲ ଦତ୍ତ
ଇତିହାସରେ ଆଜି ଦିନ: (୨୦୧୩) ଛତିଶଗଡ଼ରେ ୩୨ କଂଗ୍ରେସ ନେତାଙ୍କୁ ହତ୍ୟାକଲେ ମାଓବାଦୀ/ (୧୯୭୭) ପ୍ରଥମ ଷ୍ଟାର ୱାର ସିନେମା ରିଲିଜ ହେଲା/ (୧୯୭୯) ଆମେରିକା ବିମାନ ଦୁର୍ଘଟଣାରେ ୨୭୩ ମୃତ
ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ
🌹🌼👉ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ମଇ ମାସ ୨୫ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଜ୍ୟେଷ୍ଠ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ୦୩/୪୭ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଅଶ୍ଵିନୀ ଦିବା ଘ୧୧/୪୩ ଗତେ ଦ୍ଵିଜା
ଚନ୍ଦ୍ର- ମେଷ
ଯୋଗ- ସୌଭାଗ୍ୟ
କରଣ – ଗର
ସୌରମାସ- ବୃଷ ୧୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୨୦
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୭ ଗତେ ପଶ୍ଚିମ
ମେଷ ରାଶି ର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୨ ଗତେ ଘ୦୧/୧୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୭ ଗତେ ଘ୦୯/୧୧ ମଧ୍ୟେ ଓ ଘ୦୧/୧୮ ଗତେ ଘ୦୨/୦୩ ମଧ୍ୟେ ଓ ରାତ୍ରି ଘ୦୭/୩୧ ଗତେ ଘ୧୦/୫୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୩୬ ଗତେ ଘ୦୪/୨୫ ମଧ୍ୟେ
- ═✧*══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ୦୩/୪୭ ଗତେ ବିରି ଭକ୍ଷଣ ନିଷେଧ
*═✧*══•❁❀❁•═════✧
ଡ:ବାୟୁନନ୍ଦନ ମିଶ୍ର
ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
ଅଦୃଶ୍ୟଶକ୍ତି ଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
ମୋବାଇଲ-9437064130
www.adrushyashaktiastro.com
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════✧
🌹ବୃଷ🌹👉: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════✧
🌹ମିଥୁନ🌹👉: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════✧
🌹କର୍କଟ🌹👉: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════✧
🌹ସି˚ହ🌹👉: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════✧
🌹କନ୍ୟା🌹👉: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════✧
🌹ତୁଳା 🌹 👉: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════✧
🌹ବିଛା🌹👉: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
✧═════•❁❀❁•═════✧
🌹ଧନୁ🌹👉: ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════✧
🌹ମକର🌹👉: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════✧
🌹କୁମ୍ଭ🌹👉: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
✧═════•❁❀❁•═════✧
🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
✧═════•❁❀❁•═════✧