ଖବର ଆଜିର ୨୩/୦୪/୨୫, ବୁଧବାର

୧-ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି,୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି।
୨-ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ଚମକ।ରୀତିକା ରଥ ୪୮ତମ ସ୍ଥାନରେ,୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ।
୩-ଆଜି ଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।
୪-ପଞ୍ଚାୟତିରାଜ ଦିବସ ଅବସରରେ ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ।
୫-ଆଜି ବନକଲାଗି ନୀତି: ଅପରାହ୍ନ ୫ରୁ ରାତି ୧୦ ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ।
୬-କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପୁରୁଣା ଓଟି ରୁମ୍।
୭-ଭୁବନେଶ୍ୱର:ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ, କିଛି ସମୟ ବିଳମ୍ବ ହେଇପାରେ : ଉପ ମୁଖ୍ୟମନ୍ତ୍ରୀ
୮-ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍: ରାଜ୍ଯ ଓ ରାଜ୍ୟ ବାହାରୁ ୨୮ ଶିଶୁ ଉଦ୍ଧାର।
୯-କୋଟିଆରେ ହେବ ଗ୍ରାମ ପଞ୍ଚାୟତ, ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ ‘କମିଟି’।
୧୦-ମାର୍ଶାଘାଇ:ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ।
୧୧-ଏପ୍ରିଲ୍ ୩୦ରୁ ଭୁବନେଶ୍ୱରରେ ୱିମେନ୍ସ ବିଜନେସ୍ ମେଳା ୨.୦; ମେଳା ବୁଲିବେ, ବ୍ୟବସାୟର ମନ୍ତ୍ର ଶିଖିବେ ମହିଳା।
୧୨-ଆୟୁଷ୍ମାନକୁ ନେଇ ବଢ଼ୁଛି ପୁଳା ପୁଳା ଅଭିଯୋଗ; ହସପିଟାଲ ସଂଘ ପରେ ଆଇଏମଏର ବି ଅସନ୍ତୋଷ ଜାରି।
୧୩-୨ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଆତ୍ମୀୟଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୧୪-ଉତ୍ତର ପ୍ରଦେଶର ପ୍ରୟାଗରାଜର ବାସିନ୍ଦା ଶକ୍ତି ଦୁବେ, UPSC ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
୧୫-ଗ୍ରାହକଙ୍କୁ ବଡ଼ ଝଟକା, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୧୦ ଗ୍ରାମ ସୁନାରେ ଜିଏସଟି ମିଶି ଲକ୍ଷେ ପାର୍।
୧୬-୪ ମାସରେ ନୂଆ ଇପିଏଫଓ ସଦସ୍ୟଙ୍କ ସଂଖ୍ୟା ସବୁଠାରୁ କମ୍; ବାର୍ଷିକ ଆଧାରରେ ମହିଳାଙ୍କ ସଂଖ୍ୟା ୧.୨୬% ବୃଦ୍ଧି।
୧୭-IPL:କେଏଲ ରାହୁଲ ଓ ପୋରେଲଙ୍କ ଆଗରେ ଲକ୍ଷ୍ନୌ ଧରାଶାୟୀ, ୮ ଓ୍ଵିକେଟ୍ରେ ଜିତିଲା ଦିଲ୍ଲୀ।
୧୮-ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ତୀର୍ଥଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା,୨୭ ମୃତ ,ଅନେକ ଆହତ।
୧୯-ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ, ଅର୍ଥ ହେରଫେର୍ ମାମଲାରେ କରାଯିବ ଜେରା
୨୦-ଜମ୍ମୁ-କଶ୍ମୀର ଆତଙ୍କୀ ଆକ୍ରମଣ – ହେଲ୍ପଲାଇନ୍ ନମ୍ବର ଜାରି:୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭ ଏବଂ ୬୦୦୬୩୬୫୨୪୫।
ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୩/୦୪/୨୦୨୫,ବୁଧବାର
୧- 👉 ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଆଜିଠୁ ବନ୍ଦ ରହିବ ସ୍କୁଲ, କଲେଜ।ଆଜିଠୁ ବନ୍ଦ ରହିଲା ସ୍କୁଲ କଲେଜ । ସବୁ ଜିଲ୍ଲାର ରିଭିୟୁ ମିଟିଙ୍ଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ହଷ୍ଟଲେ ରେ ରହିପାରିବେ । ପିଲାଙ୍କ ଅଙ୍ଗନବାଡି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କାଲିଠାରୁ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ। ଖାଦ୍ୟ ଯୋଜନା ମାଧ୍ୟମରେ ଘରେ ଖାଦ୍ୟ ପହଂଚିବ । ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଥିଲେ।
୨- 👉 ସାଉଦୀ ଗସ୍ତ ଅଧାରୁ ଫେରିଲେ ମୋଦୀ।ସାଉଦୀ ଗସ୍ତକୁ ଅଧାରୁ ବାତିଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ସ୍ୱଦେଶ ଫେରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ଗସ୍ତକୁ ଛୋଟ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ପରେ ରାତ୍ରୀଭୋଜନରେ ଯୋଗ ଦେଇ ନଥିଲେ। ମଧ୍ୟରାତ୍ରି ପରେ ପ୍ରାୟ ୨ଟା ବେଳେ ପ୍ରଧାନମନ୍ତ୍ରୀ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଉପସାଗରୀୟ ଦେଶକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମାପ୍ତ କରିବା ପରେ ବୁଧବାର ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା।
୩- 👉 ବିଶ୍ୱବ୍ୟାପୀ ନିନ୍ଦା।ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋର ନିନ୍ଦା କରିଛନ୍ତି। ଏହି ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେହିପରି ସାଉଦି ଆରବର ରାଜଦୂତ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି।
୪- 👉 ଆତଙ୍କୀ ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ।ପାହାଲଗାମର ଉପର ସମତଳ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଥିବା ସୂଚନା। ଆତଙ୍କବାଦୀ ଆକ୍ରମଣ ଖବର ପ୍ରଚାରିତ ହେବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପର୍ଯ୍ୟଟକମାନଙ୍କୁ ଭୟଭୀତ ନ ହେବାକୁ ସୁରକ୍ଷାବାହିନୀ ନିବେଦନ କରିଛନ୍ତି। ଆକ୍ରମଣ ପରେ ଅନେକ ସ୍ଥାନୀୟ ଲୋକ ସେମାନଙ୍କର ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଛି।
୫- 👉 ଜଣେ ଓଡ଼ିଆଙ୍କ ମୃତ୍ୟୁ।ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କର ଆତଙ୍କୀ ଗୁଳିରେ ପ୍ରାଣହାନୀ ଘଟିଛି। ଶ୍ରୀ ଶତପଥି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ତାଙ୍କ ୯ ବର୍ଷର ପୁଅ କାଶ୍ମୀର ବୁଲିବାକୁ ଯାଇଥିଲେ। ଏନେଇ ପ୍ରଶାନ୍ତଙ୍କ ବଡ଼ ଭାଈ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାନ ଭାଈର ସ୍ତ୍ରୀ ମାଆଙ୍କୁ କଲ୍ କରି ଆତଙ୍କବାଦୀ ଆକ୍ରମଣ ବିଷୟରେ ଜଣାଇଥିଲେ।
୬- 👉 କାଶ୍ମୀର ଆକ୍ରମଣର ତଦନ୍ତ କରିବ ଏନଆଇଏ।ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ। ଏଥିପାଇଁ ଆଜିଠାରୁ ପାହାଲଗାମ ଗସ୍ତରେ ଯିବ ଏନଆଇଏ ଟିମ।
୭- 👉 ପ୍ରକାଶ ପାଇଲା ୟୁପିଏସସି ସିଏସଇ ରେଜଲ୍ଟ।ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ଏଗଜାମ୍ ରେଜଲ୍ଟ। ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଶକ୍ତି ଦୁବେ। ଦ୍ବିତୀୟରେ ହର୍ଷିତା ଗୋୟଲ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଡୋଙ୍ଗରେ ଅର୍ଚିତ ପରାଗ।
୮- 👉 ଆଜି କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ।ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ କ୍ୟାବିନେଟ ଓ ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । କ୍ୟାବିନେଟ ବୈଠକରେ ପ୍ରାୟ ୮ରୁ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଖବର ମିଳିଛି।
୯- 👉 ରେକର୍ଡ ଭାଙ୍ଗୁଛି ତାତି, ଜଳୁଛି ଝାରସୁଗୁଡା।କାଳବୈଶାଖି ପରେ ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି ତାତି। ମଙ୍ଗଳବାର ଝାରସୁଗୁଡାରେ ୪୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ଏହା ଏପ୍ରିଲ୍ ମାସରେ ତାତିରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି। ରାଜ୍ୟରେ ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରି ସାରିଛି। ଯାହା ମଧ୍ୟରୁ ୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ସୋମବାର ଝାରସୁଗୁଡାରେ ୪୫.୪ ଡିଗ୍ରୀ ସହ ଦେଶର ଦ୍ବୀତିୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିବା ବେଳେ ମଙ୍ଗଳବାର ୪୬.୨ ଡିଗ୍ରୀ ସହ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଜି ବୁଧବାର ପାଗ ସାଧାରଣତଃ ଶୁଖିଲା ରହିବ।
୧୦- 👉 କୋଟିଆ ସୀମା ବିବାଦ : ଗଠିତ ହେବ ଏକ କମିଟି।କୋଟିଆ ସୀମା ବିବାଦ ସମସ୍ୟାର ସମାଧାନ କରିବେ ସରକାର । ଏଥିପାଇଁ ରାଜସ୍ବ ବିଭାଗ ନେତୃତ୍ୱରେ ଗଠିତ ହେବ ଏକ କମିଟି । ଏହି କମିଟିରେ ବିଭିନ୍ନ ବିଭାଗର ଅଧିକାରୀ ରହିବେ । ଯେଉଁ ମାନଙ୍କର କୋଟିଆ ଅଞ୍ଚଳ ଉପରେ ଅନୁଭବ ରହିଛି , ସେହି ବ୍ୟକ୍ତି ବିଶେଷ ମାନେ କମିଟିରେ ରହିବେ । ୧୫ ଦିନ ମଧ୍ୟରେ କମିଟି ଘୋଷଣା ହେବ । ପରେ ଫିଲଡ଼ ଭିଜିଟ କରି ସ୍ଥିତି ଅନୁଧ୍ୟାନ କରିବ ଟିମ । ମୁଖ୍ୟମନ୍ତ୍ରୀ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
୧୧- 👉 ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଛନ୍ତି । ଶ୍ରୀ ସିଂଦେଓ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରିନଥିଲେ ମଧ୍ୟ ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ। ତେବେ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ବିଲ ପ୍ରଦାନ କରିବାକୁ ପଡ଼ିବ।
୧୨- 👉 ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଶୁଣାଣିରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଦୁଃଖ ସୁଖ ବୁଝିବା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳରେ ଥିଲେ ବି ତାଙ୍କୁ ସରକାରଙ୍କ ଅଭିଯୋଗ ଶୁଣାଣିରେ ତାଙ୍କୁ ଦେଖିବାକୁ ମିଳି ନାହିଁ।
୧୩- 👉 ଚଳିତ ମାସ ୨୪ ତାରିଖରେ ବଣ୍ଟନ କରାଯିବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କୁ ଏହି ନୂଆ ରାସନ କାର୍ଡ ମିଳିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ୫ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ବୋଲି ସୂଚନା ଦିଆଯାଇଛି।
୧୪- 👉 କେନ୍ଦ୍ରୀୟ ସଚିବ ଭାବେ ଏମ୍ପ୍ୟାନେଲ୍ ହୋଇଛନ୍ତି IAS ସତ୍ୟବ୍ରତ ସାହୁ । ଆପଣଙ୍କୁ କହିରଖୁଛୁ ଯେ, ସତ୍ୟବ୍ରତ ହେଉଛନ୍ତି ୧୯୯୧ ବ୍ୟାଚ୍ର IAS ଅଫିସର । ସେ ଗୃହ ଓ ଜଙ୍ଗଲ ବିଭାଗ ACS ଥିଲେ । ପୂର୍ବରୁ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନ୍ରେ ରହିଥିଲେ ।
ଖବର ଆଜିର, ୨୩ ଅପ୍ରେଲ, ବୁଧବାର
Todays News April 22, 2025 ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୨/୦୪/୨୦୨୫,ମଙ୍ଗଳବାର
ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ, ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି, ୨୬ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ୱାର୍ଣ୍ଣିଂ ଜାରି।
ଆଜି ଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ, ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ
ଏପ୍ରିଲ ୨୪ ନୂଆ ପଞ୍ଚାୟତିରାଜ ଦିବସରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରଙ୍ଗର ରାସନ କାର୍ଡ
ପୁରୀ ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି। ଅପରାହ୍ନ ୫ରୁ ରାତି ୧୦ ଯାଏଁ ଦର୍ଶନ ବନ୍ଦ।
ମିଶନ ଶକ୍ତିର କଳେବର ବଦଳାଇବୁ, କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ
ଆୟୁଷ୍ମାନକୁ ନେଇ ବଢ଼ୁଛି ଅଭିଯୋଗ। ହସପିଟାଲ ସଂଘ ଓ ଆଇଏମଏର ଅସନ୍ତୋଷ। ଏଣେ ପୋର୍ଟାଲ ଡାଉନ
କୋରାପୁଟ କୋଟିଆରେ ହେବ ଗ୍ରାମ ପଞ୍ଚାୟତ, ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ ‘କମିଟି’।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପୁଣିଥରେ କହିଲେ, ବକେୟା ବିଲ ପେମେଂଟ ନକଲେ ବି ବିଦ୍ୟୁତ୍ ସଂଯୋଗ କଟିବନି
ଭୁବନେଶ୍ୱରରେ ଏପ୍ରିଲ୍ ୩୦ରୁ ୱିମେନ୍ସ ବିଜନେସ୍ ମେଳା ୨.୦। ମେଳା ବୁଲି ବ୍ୟବସାୟ ଶିଖିବେ ମହିଳା।
କଟକରେ ଦୁଇ ପୋଲିସ୍ କର୍ମଚାରୀ ମୃତ୍ୟୁ ଘଟଣାରେ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ଘୋଷଣା
ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଝିଅ ରୀତିକା ରଥ ୪୮ତମ ସ୍ଥାନରେ, ୯୫ତମ ସ୍ଥାନରେ ଦେବୀକା ପ୍ରିୟଦର୍ଶିନୀ
ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ବ୍ରାହ୍ମଣ ସମାଜ ଦ୍ୱାରା ସମୂହ ବ୍ରତ ଉପନୟନ, ଯୋଗଦେଲେ କର୍ପୋରେଟର ପ୍ରୀତିନନ୍ଦା
ଭଦ୍ରକ ବାସୁଦେବପୁର ବାଣପୁର ଗ୍ରାମର ନିଶାର୍କ ଶନି ମନ୍ଦିରରୁ ଚୋରି। ସମ୍ପୂର୍ଣ୍ଣ ସଫା କରିଦେଲେ ଚୋର
ରାଜଧାନୀରୁ ଶିଶୁ ଅପହୃତ ଓ ଉଦ୍ଧାର। ରାସ୍ତାରେ ବନ୍ଧୁକ ଦେଖାଇ ନେଇ ଯାଇଥିଲେ ଦୁର୍ବୃତ୍ତ।
କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପୁରୁଣା ଅପରେସନ ରୁମ୍।
ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭରେ ରାଜ୍ଯ ଭିତରୁ ଓ ବାହାରୁ ୨୮ ଶିଶୁ ଉଦ୍ଧାର।
କେନ୍ଦ୍ରାପଡା ମାର୍ଶାଘାଇରେ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ।
ଭୁବନେଶ୍ୱର ଝାରପଡ଼ା ସ୍ଵତନ୍ତ୍ର କାରାଗାରରେ ବନ୍ଦୀ ଛାତ୍ର ନେତାଙ୍କୁ ଭେଟିଲେ କଂଗ୍ରେସ ନେତା
ୟୁପିଏସସି ଅଲ୍ ଇଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କଲେ ୟୁପି ପ୍ରୟାଗରାଜ ବାସିନ୍ଦା ଶକ୍ତି ଦୁବେ
ସୁନା ଗ୍ରାହକଙ୍କ ଆଛା ଦିନ। ସୁନା ଦର ରେକର୍ଡ ଭାଙ୍ଗିଲା, ୧୦ ଗ୍ରାମରେ ଜିଏସଟି ମିଶି ଲକ୍ଷେ ଟପିଲା
ଚାରି ମାସରେ ନୂଆ ପ୍ରୋଭିଡ଼େଣ୍ଡ ଫଣ୍ଡ ସଦସ୍ୟଙ୍କ ସଂଖ୍ୟା ସବୁଠାରୁ କମ୍। ନିଯୁକ୍ତି ହାର କମୁଛି
କ୍ରିକେଟ ଆଇପିଏଲରେ କେଏଲ ରାହୁଲ ଓ ପୋରେଲଙ୍କ ଆଗରେ ଲକ୍ଷ୍ନୌ ଧରାଶାୟୀ, ୮ ଓ୍ଵିକେଟ୍ରେ ଜିତିଲା ଦିଲ୍ଲୀ।
ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ, ଅର୍ଥ ହେରଫେର୍ ମାମଲାରେ କରାଯିବ ଜେରା।
ବିବାଦୀୟ ମନ୍ତବ୍ୟ ଦେଇ ପୁଣି ବିବାଦରେ ରାମଦେବ, ଚେତାବନୀ ଦେଲେ ହାଇକୋର୍ଟ
କର୍ଣ୍ଣାଟକର ପୂର୍ବତନ ପୁଲିସ ଡିଜିପି ଓମ୍ ପ୍ରକାଶଙ୍କୁ ହତ୍ୟା ଘଟଣାରେ ପତ୍ନୀ ଓ ଝିଅ ଗିରଫ
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ । ତୀର୍ଥଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା, ୨୭ ମୃତ, ଅନେକ ଆହତ।
ଜମ୍ମୁ-କଶ୍ମୀର ଆତଙ୍କୀ ଆକ୍ରମଣ ମାମଲାରେ ହେଲ୍ପଲାଇନ୍ ନମ୍ବର: ୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭, ୬୦୦୬୩୬୫୨୪୫।
ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିନ୍ଦା
ଆଜି ବିଶ୍ୱ ପୁସ୍ତକ ଦିବସ
ଇଂରାଜୀ ଭାଷା ଦିବସ
ଆଜି ଜନ୍ମଦିନ: ଉଇଲିୟମ ସେକ୍ସପିଅର, ମନୋଜ ବାଜପେୟୀ, ଏସ ଜାନକୀ, ଶ୍ଵେତା ମେନନ, ତେନଜିଙ୍ଗ ନରଗେ।
ଆଜି ତିରୋଧାନ: ସତ୍ୟଜିତ ରାୟ, ଉଇଲିୟମ ସେକ୍ସପିଅର
ଇତିହାସରେ ଆଜି ଦିନ: (୧୮୯୧) ମସ୍କୋରୁ ଜୀଉ ମାନଙ୍କୁ ବହିଷ୍କାର କରାଗଲା/ (୧୯୮୪) ଏଡସ ଭାଇରସ ଆବିଷ୍କାର ହେଲା/ (୨୦୦୫) ୟୁଟ୍ୟୁବ ରେ ପ୍ରଥମ ଭିଡିଓ ଅପଲୋଡ଼ ହେଲା/ (୨୦୧୩) ୱେଷ୍ଟ ଇଂଡିଜ ବ୍ୟାଟ୍ସମ୍ୟାନ କ୍ରିଷ୍ ଗେଲ ତିରିଶ ବଲରେ ସେଂଚୁରୀ କଲେ
♨🙏🏻ଆଜିର ଅନୁଚିନ୍ତା 🙏🏻♨
🏪ତାରିଖ :୨୩.୦୪.୨୦୨୫ ବୁଧବାର
⚜⚜⚜⚜⚜⚜⚜⚜⚜⚜⚜
📝ସତ୍ଯ ନ୍ଯାୟ ଧର୍ମ ପଥାନୁସରଣ
ବଚନରେ କହୁ ଥାଇ ,
କାର୍ଯ୍ଯରେ କିନ୍ତୁ ସେ ପଥ ହୁଡ଼ି ସଦା
କୁପଥରେ ଯାଉ ଥାଇ ।
📝ଜୀବନରେ ଖୁସିରେ ରହିବା ପାଇଁ ଦୁଇଟି ଶକ୍ତି ଥିବା ନିହାତି ଜରୁରୀ ପ୍ରଥମରେ ସହନଶକ୍ତି ଓ ଦ୍ଵିତୀୟରେ ବୁଝିବା ଶକ୍ତି ।
📝ଦୁନିଆର ସବୁଠାରୁ ସୁନ୍ଦର ଗଛ ହେଉଛି “ବିଶ୍ବାସ”। ଯାହା ମାଟିରେ ନୁହେଁ ମଣିଷର ହ୍ରୁଦୟରେ ଲଗା ଯାଇ ଥାଏ।
📝ସଂସ୍କୃତିରୁ ସଂସ୍କାର ଆସିଥାଏ ଆଉ ସଂସ୍କାର ରୁ ସଭ୍ୟ ସମାଜ ଗଠନ ହୋଇଥାଏ ଆଉ କିଛି ଲୋକ ଆମ ସଂସ୍କୃତିକୁ Old Culture କହି ପ୍ରତ୍ୟାଖ୍ୟାନ କରୁଛନ୍ତି ଯାହା ଆମ Society ଉପରେ Demerit ପକାଉଛି ।
✳ଶୁଭ ସକାଳ✳
🌹🌸🙏ଜୟ ଜଗନ୍ନାଥ 🙏🌸🌹
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ
▪▪▪▪▪▪▪▪▪▪▪
🌹🌼👉ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ଅପ୍ରେଲ ମାସ ୨୩ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ବୈଶାଖ ମାସ- କୃଷ୍ଣପକ୍ଷ
ତିଥି- ଦଶମୀ ଦିବା ଘ୦୫/୦୫ ଗତେ ଏକାଦଶୀ
ନକ୍ଷତ୍ର- ଧନିଷ୍ଟା ଦିବା ଘ୦୧/୦୫ ଗତେ ଶତଭିଶା
ଚନ୍ଦ୍ର – କୁମ୍ଭ
ଯୋଗ- ଶୁକ୍ଲ
କରଣ – ବାଣିଜ୍ୟ
ସୌରମାସ- ମେଷ ୧୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୧୯
*✧═════•❁❀
ଯୋଗିନୀ ଉତ୍ତରେ ଦିବା ଘ୦୫/୦୫ ଗତେ ଅଗ୍ନିକୋଣେ
କର୍କଟ ରାଶିର ଘାତବାର
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୩୧ ଗତେ ଘ୧୦/୦୭ମଧ୍ୟେ
ବାରବେଳା- ଦିବା ଘ୧୧/୪୧ ଗତେ ଘ୦୧/୧୮ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଡିବା ଘ୦୭/୦୨ ମଧ୍ୟେ ଓ ରାତ୍ରି ଘ୦୬/୫୨ ଗତେ ଘ୦୯/୧୫ ମଧ୍ୟେ ଓ ଘ୦୨/୦୩ଗତେ ଘ୦୫/୧୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୮ ଗତେ ଘ୦୫/୫୫ ମଧ୍ୟେ ଓ ରାତ୍ରି ଘ୦୯/୧୫ ଗତେ ଘ୧୦/୫୦ ମଧ୍ୟେ
**
- ═✧*══•❁❀❁•═════✧
ଅଦ୍ୟ କଳମଶାଗ ସନ୍ଧ୍ୟା ଘ ୦୫/୦୫ ଗତେ ଶିମ୍ବ ଭକ୍ଷଣ ନିଷେଧ
*═✧*══•❁❀❁•═════✧
ଡ:ବାୟୁନନ୍ଦନ ମିଶ୍ର
ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
ଅଦୃଶ୍ୟଶକ୍ତି ଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
ମୋବାଇଲ-9437064130
www.adrushyashaktiastro.com
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
✧═════•❁❀❁•═════✧
🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
✧═════•❁❀❁•═════✧
🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
✧═════•❁❀❁•═════✧
🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
✧═════•❁❀❁•═════✧
🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
✧═════•❁❀❁•═════✧
🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
✧═════•❁❀❁•═════✧
🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
✧═════•❁❀❁•═════✧
🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
✧═════•❁❀❁•═════✧
🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
✧═════•❁❀❁•═════✧
🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
✧═════•❁❀❁•═════✧
🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
✧═════•❁❀❁•═════✧
🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।
✧═════•❁❀❁•═════✧