Todays News April 22, 2025 ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୨/୦୪/୨୦୨୫,ମଙ୍ଗଳବାର

୧- 👉 ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି।ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ।
୨- 👉 କଟକରେ ପିସିଆରକୁ ଚାପିଦେଲା ଟ୍ରକ।କଟକରେ PCR ଭ୍ୟାନକୁ ଚାପିଦେଲା ଅଜଣା ଟ୍ରକ୍। ଏହି ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜଣେ OAPF ଯବାନଙ୍କ ସହ ହୋମ୍ଗାର୍ଡଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ତେବେ ଦୁର୍ଘଟଣା କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଘଟିଛି। CRRI ଥାନା ପିସିଆର ପାଟ୍ରୋଲିଂ ବେଳେ ଚାପିଦେଲା ଟ୍ରକ୍। ଜଣେ ଗୁରୁତର ପୋଲିସ କର୍ମଚାରୀଙ୍କୁ SCBରେ ଭର୍ତ୍ତି। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସର ଛାନଭିନ୍ ଜାରି ରଖିଛି ପୋଲିସ।
୩- 👉 କୋରାପୁଟକୁ ମିଳିଲା ପିଏମ ସମ୍ମାନ।କୋରାପୁଟ ଜିଲ୍ଲାପାଳଙ୍କୁ PM ସମ୍ମାନ। ଉତ୍କୃଷ୍ଟ ପ୍ରାଶାସନିକ ସେବା ପାଇଁ କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନଙ୍କୁ PM ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କ୍ଷେତ୍ର ରେ ପ୍ରଧାନମନ୍ତ୍ରୀଙ୍କ ଠାରୁ PM EXLENCE AWARD ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ।
୪- 👉 ସମ୍ବଲପୁରରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ।ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏଥିରେ ଅନ୍ଲାଇନ୍ରେ ୧ ହଜାର ଓ ଅଫ୍ଲାଇନରେ ପ୍ରାୟ ୧୩୬୮ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି। ଦୁରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ଦିଆଯାଇଛି।
୫- 👉ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ଓଡିଶାର ଲିଙ୍କ ଥିବା ଅଭିଯୋଗ । ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ କରିବା ସହ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୁର୍ଶିଦାବାଦରେ ଦଙ୍ଗା ପରେ ଝାରସୁଗୁଡ଼ା ଆସି ଆତ୍ମଗୋପନ କରିଥିଲେ ଅଭିଯୁକ୍ତମାନେ। ଗିରଫ ଅଭିଯୁକ୍ତମାନେ ହେଲେ ବାନି ଇସ୍ରାଏଲ ଏବଂ ସେଫାଉଲ୍ ହକ୍। ସେମାନଙ୍କ ନିକଟରୁ ପିସ୍ତଲ, ଗୁଳି ଏବଂ ଖୋକା ଜବତ କରିଛି ପୋଲିସ। ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍। ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍।
୬- 👉 କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୩ ମୃତ।କେନ୍ଦୁଝର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ଜୀବନହାନୀ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭରରେ ଘଟିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ସେମାନଙ୍କ ଉପରେ ଅଜଣା ଗାଡ଼ି ମାଡିଯାଇଥିବା ଜଣାପଡିଛି। ଗୁରୁତର ଆହତ ୩ ଜଣଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
୭- 👉 ୨୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ।ଆମେରିକାର ଅରଲାଣ୍ଡୋ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଲା। ଆଟଲାଣ୍ଟା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବିମାନଟିରେ ରନୱେରେ ଥିବା ସମୟରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନରୁ ନିଆଁ ବାହାରିବାକୁ ଲାଗିଲା ଏବଂ ବିଶାଳ ନିଆଁ ଦେଖି ବିମାନରେ ଥିବା ୨୮୨ ଜଣ ଯାତ୍ରୀଙ୍କ ମଧ୍ୟରେ ଆତଙ୍କିତ ଅବସ୍ଥାରେ ରହିଥିଲେ। ପିଲା ଏବଂ ମହିଳାମାନେ ଚିତ୍କାର କରିବାକୁ ଲାଗିଲେ। ବିମାନରେ ନିଆଁ ଲାଗିବା ଦେଖି ବିମାନବନ୍ଦର ସୁରକ୍ଷା କର୍ମୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣାର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୮- 👉 ୨ ଦିନିଆ ସାଉଦି ଆରବ ଗସ୍ତ କରିବେ ପ୍ରଧାନମନ୍ତ୍ରୀ।ଏପ୍ରିଲ ୨୨ ଏବଂ ୨୩ ତାରିଖରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ, ପ୍ରଧାନମନ୍ତ୍ରୀ ଜେଦ୍ଦାରେ ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ରଣନୈତିକ ସହଭାଗୀତା ପରିଷଦର ଦ୍ୱିତୀୟ ବୈଠକ ହେବ, ଯାହାର ସହ-ଅଧ୍ୟକ୍ଷତା ମଧ୍ୟ ପ୍ରଧାନମନ୍ତ୍ରୀ କରିବେ।
୯- 👉 ମୋଦୀଙ୍କୁ ଭେଟିଲେ ଉପରାଷ୍ଟ୍ରପତି ଜେଡି ଭାନ୍ସ।ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କର ୪ ଦିନିଆ ଭାରତ ଗସ୍ତ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ତାଙ୍କର ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଚିଲୁକୁରୀ ଏବଂ ତିନି ପିଲା ଅଛନ୍ତି। ଭାନ୍ସଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କଲା। ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ। ପାଲମ ବିମାନବନ୍ଦରରେ ଭାନ୍ସଙ୍କୁ ଗାର୍ଡ ଅଫ୍ ଅନର ସହିତ ସ୍ୱାଗତ କରାଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ, ଜେଡି ଭାନ୍ସ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହା ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହା ପୂର୍ବରୁ ସେ ତାଙ୍କ ପରିବାର ସହିତ ଅକ୍ଷରଧାମ ମନ୍ଦିର ଯିବେ।
୧୦- 👉 ଜଳୁଛି ଝାରସୁଗୁଡ଼ା।ଜଳୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୪୫ ଡିଗ୍ରୀ ଡେଇଁଛି ପାରଦ। ଝାରସୁଗୁଡା ୪୫.୪ ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ଏପରିକି ଦେଶର ଦ୍ୱିତୀୟ ସହର ଭାବେ ଉଭା ହୋଇଛି ଝାରସୁଗୁଡା। ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା। ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ପ୍ରଭାବରେ ଜୀବନ ଅସ୍ତବ୍ୟସ୍ତ ହୋଇଛି। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ । ଡରାଇଲାଣି ପାଣିପାଗ ପୂର୍ବାନୁମାନ, ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ । ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଜଳିବ ଗ୍ରୀଷ୍ମ ଲହରୀରେ । ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ।
ଖବର ଆଜିର, ୨୨ ଅପ୍ରେଲ, ମଙ୍ଗଳବାର
ରାଜ୍ୟରେ ଆରମ୍ଭ ହେଲା ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ୪୫ ଡିଗ୍ରୀ ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪। ଆସନ୍ତା ତିନିଦିନରେ ୫ ଡିଗ୍ରୀ ବଢିବ
ରାଜ୍ୟର ୨୦୦ ମେଧାବୀ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍ (UPSC) କୋଚିଂ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ।
ସମ୍ବଲପୁରରେ ୨୪୦୦ ଅଭିଯୋଗ ଶୁଣିଲେ ସରକାର, ୧୮ ଜଣ ରୋଗୀଙ୍କୁ ୨୦ ଲକ୍ଷ ଟଙ୍କା ଦେଲେ ସରକାର
ରାଜ୍ୟରେ ଆଉ ୨୦ଟି ଜିଲାରେ ସାଇବର ଥାନା ଖୋଲିବ।
ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର।
ମିସନ ଶକ୍ତି ପୁନର୍ଗଠନ। ଓଡ଼ିଶା ସରକାରଙ୍କ ୨ ନିର୍ଦ୍ଦେଶାବଳୀ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ।
ଯାତ୍ରା ପାର୍ଟି କଳିରେ ନୂଆ ମୋଡ଼। ମାନବ ଅଧିକାର କମିଶନରେ ମାମଲା ରୁଜ୍ଜୁ। ଚଳଚ୍ଚିତ୍ର ପ୍ରଯୋଜକ ମୁଣ୍ଡ ଖେଳେଇଲେ
ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।
ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ବିହାର ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ।
ଆୟୁଷ୍ମାନ ଭାରତ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି।
ସୁନ୍ଦରଗଡ଼ରେ ନଗଡ଼ା ଚିତ୍ର, ଅପପୁଷ୍ଟିର ଶିକାର ୩,୬୦୦ ଶିଶୁ, ପୋଷଣଯୁକ୍ତ ଖାଦ୍ୟରେ ମାସକୁ ଖର୍ଚ୍ଚ ୨.୧୨ କୋଟି
ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ପରଲୋକ
Railway RRB ALP Recruitment 2025 Apply For 9900 Post
ଢେଙ୍କାନାଳରେ ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ବିଭତ୍ସ ହତ୍ୟା, ଗୁଳି ମାରି, ପଥରରେ ଛେଚି ହତ୍ୟା, ଦୁଇଜଣ ଗିରଫ।
କେନ୍ଦୁଝର ବଡ଼ବିଲ ଯୋଡ଼ାରେ ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର।
ଝାରସୁଗୁଡ଼ ନବ ଦାସ ହତ୍ୟାକାଣ୍ଡରେ ଗୋପାଳକୁ ପୁଣି ଜେରା କରିବ କ୍ରାଇମବ୍ରାଞ୍ଚ୍, ଦୁଇମାସ ପୂର୍ବର କଲ ରେକର୍ଡ ଯାଞ୍ଚ ହେବ।
ଭୁବନେଶ୍ବରରୁ ସୁନା ଚେନ୍ ଲୁଟି ଫେରାର ମାରିଥିଲା କିନ୍ନର, ଝାଡ଼ଖଣ୍ଡରୁ ଗିରଫ
କ୍ରିକେଟ ଆଇପିଏଲରେ କୋଲକାତାକୁ ହରାଇ ଶୀର୍ଷରେ ରହିଲା ଗୁଜୁରାଟ।
୨୦୨୦ ପୂର୍ବରୁ ମୃତ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ମିଳିବ ଚାକିରୀ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଆଡଭୋକେଟ୍ ଜେନେରାଲ।
ସୁନା ଦାମ ବଢି ଲକ୍ଷେ ନିକଟତର, ଏଇ ବର୍ଷ ବଢ଼ିଲା ୨୦,୮୫୦ଟଙ୍କା
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ଡାକ୍ତରଖାନାରେ ଭର୍ତ୍ତି, ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ମମତା।
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ଶୁଣାଣି କରିବେ କଲକତା ହାଇକୋର୍ଟ ।
ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ ୮୮ ବର୍ଷ ବୟସରେ ମୃତ୍ୟୁବରଣ କଲେ
ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ବିସିସିଆଇ ଘୋଷଣା କଲା। ଫେରିଲେ ଇଶାନ କିଷାନ, ଶ୍ରେୟାସ ଆୟର ଓ ସାମିଲ ହେଲେ ବରୁଣ, ଅଭିଷେକ।
ଝାଡ଼ଖଣ୍ଡରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ପ୍ରୟାଗ ମାଁଝୀ ନିହତ, ଥିଲା ୧ କୋଟି ଟଙ୍କାର ପୁରସ୍କାର।
ଓଡ଼ିଶାରେ ଲୁଚିଥିଲେ ପଶ୍ଚିମବଙ୍ଗ ଦଙ୍ଗାକାରୀ। ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ।
ଏଲନ ମସ୍କଙ୍କ ମା’ଙ୍କ ସହିତ ସିଦ୍ଧିବିନାୟକ ମନ୍ଦିର ଗଲେ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାନ୍ଦେଜ
ଚର୍ଚ୍ଚାରେ ଚୀନର ସୁନା ଏଟିଏମ୍। ସୁନା ପୂରାଇଲେ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା
ଆଜି ପୃଥିବୀ ଦିବସ
ଆଜି ଜନ୍ମଦିନ: ଆକବର ୨, ଭ୍ଲାଦିମିର ଲେନିନ, ଚେତନ ଭଗତ, ରୁଦ୍ର ନାରାୟଣ ପାଣି (ନେତା)
ଇତିହାସରେ ଆଜି ଦିନ: (୧୫୦୦) ବ୍ରାଜିଲ ଆବିଷ୍କାର କଲେ ପେଦ୍ରୋ/ (୧୯୦୬) ଗ୍ରୀସରେ ଦଶମ ଅଲିମ୍ପିକ କ୍ରୀଡା ଆରମ୍ଭ/ (୧୯୨୧) ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଲେ ସୁଭାଷ ବୋଷ/ (୧୯୪୫) ୟୁନେସ୍କୋ ପ୍ରତିଷ୍ଠା ହେଲା
News Today 22-04-2025 ଖବର ଆଜିର ୨୨-୦୪-୨୦୨୫ ମଙ୍ଗଳବାର
୧- ସମ୍ବଲପୁରରେ ୨୪୦୦ ଆପତ୍ତି ଅଭିଯୋଗର ଦୁଃଖ ଶୁଣିଲେ ସରକାର, ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ।
୨- ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ। ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼।
୩- କଟକ: ରାଜ୍ୟରେ ଖୋଲିବ ଆଉ ୨୦ଟି ଜିଲାରେ ସାଇବର ଥାନା।
୪- ଭୁବନେଶ୍ବର : ଯାତ୍ରା କଳିରେ ପଡୁନି ଯବନିକା, NHRCରେ ହେଲାଣି ମାମଲା ରୁଜ୍ଜୁ। ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ।
୫- ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ।
୬- ଭୁବନେଶ୍ବର: ଫେକ୍ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କ୍ରୁ ଠକିଥିଲେ କୋଟି କୋଟି ଟଙ୍କା, ଗିରଫ କଲା ଇଓଡବ୍ଲୁ।
୭- ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର।
୮- ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।
୯- କଟକ: ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି।
୧୦- ଢେଙ୍କାନାଳ: ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ବିଭତ୍ସ ହତ୍ୟା; ଗୁଳିରେ ନ ମରିବାରୁ ପଥରରେ ଛେଚି କଲେ ହତ୍ୟା, ଘଟଣାରେ ୨ ଅଭିଯୁକ୍ତ ଗିରଫ।
୧୧- ବଡ଼ବିଲ: ଯୋଡ଼ାରେ ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର।
୧୨- ସୁନ୍ଦରଗଡ଼ରେ ନଗଡ଼ା ଚିତ୍ର, ଅପପୁଷ୍ଟିର ଶିକାର ୩,୬୦୦ ଶିଶୁ, ପୋଷଣଯୁକ୍ତ ଖାଦ୍ୟରେ ମାସକୁ ଖର୍ଚ୍ଚ ୨.୧୨ କୋଟି।
୧୩- ଓଡ଼ିଶା ସରକାରଙ୍କ ୨୦୦ ଜଣ ମେଧାବୀ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍ (UPSC) କୋଚିଂ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ।
୧୪- ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ପରଲୋକ।
୧୫- ଭୁବନେଶ୍ବରରୁ ସୁନା ଚେନ୍ ଲୁଟି ଫେରାର ମାରିଥିଲା କିନ୍ନର, ଝାଡ଼ଖଣ୍ଡରୁ ଗିରଫ।
୧୬- ସୁନା ଦର ଲକ୍ଷେ ନିକଟତର, ଚଳିତ ବର୍ଷ ବଢ଼ିଲାଣି ୨୦,୮୫୦ଟଙ୍କା।
୧୭- ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ଡାକ୍ତରଖାନାରେ ଭର୍ତ୍ତି, ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ମମତା।
୧୮- ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଏପ୍ରିଲ ୨୮ରେ ଶୁଣାଣି କରିବେ କଲକତା ହାଇକୋର୍ଟ ।
୧୯- ନୂଆଦିଲ୍ଲୀ: ୨୦୨୦ ପୂର୍ବରୁ ମୃତ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ମିଳିବ ଚାକିରୀ, ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଲେ ଆଡଭୋକେଟ୍ ଜେନେରାଲ।
୨୦- ଓଡ଼ିଶାରେ ଲୁଚିଥିଲେ ପଶ୍ଚିମବଙ୍ଗ ଦଙ୍ଗାକାରୀ। ଝାରସୁଗୁଡାରୁ ୨ ଅପରାଧୀ ଗିରଫ, ୬ ଅଟକ।
୨୧- ଝାଡ଼ଖଣ୍ଡରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ପ୍ରୟାଗ ମାଁଝୀ ନିହତ, ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର।
୨୨- ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ।
୨୩- ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ ୮୮ ବର୍ଷ ବୟସରେ ମୃତ୍ୟୁବରଣ କଲେ
୨୪- ଝାଡ଼ଖଣ୍ଡରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ପ୍ରୟାଗ ମାଁଝୀ ନିହତ, ଥିଲା ୧ କୋଟି ଟଙ୍କାର ପୁରସ୍କାର।
୨୫- ଏଲନ ମସ୍କଙ୍କ ମା’ଙ୍କ ସହିତ ସିଦ୍ଧିବିନାୟକ ମନ୍ଦିର ଗଲେ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାନ୍ଦେଜ।
୨୬- ଚର୍ଚ୍ଚାରେ ଚୀନର ସୁନା ଏଟିଏମ୍। ସୁନା ପୂରାଇଲେ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା।
୨୭- କୋଲକାତା: ଗିଲଙ୍କ ୯୦, କୋଲକାତାକୁ ହରାଇ ଶୀର୍ଷରେ ରହିଲା ଗୁଜୁରାଟ।
୨୮- ବିସିସିଆଇ ଘୋଷଣା କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ: ଫେରିଲେ ଇଶାନ କିଷାନ, ଶ୍ରେୟାସ ଆୟର; ସାମିଲ ହେଲେ ବରୁଣ, ଅଭିଷେକ।
ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ, ପୃଥିବୀ ଦିବସ