Today News! Tuesday 25/03/2025

╭─────────────────────╮
🌄ସକାଳର ଖବର,୨୫-ମାର୍ଚ୍ଚ-୨୦୨୫,ମଙ୍ଗଳବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡୧-କଣ୍ଟିଲୋରେ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶବର ସମ୍ପ୍ରଦାୟଙ୍କ ମହାଯଜ୍ଞରେ ଦେଲେ ଯୋଗ l

➡୨-ଖୁବ୍‌ ଶୀଘ୍ର ନିଜ ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ନୂଆ ନିର୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଏନେଇ ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

➡୩-ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର, ସ୍ମାର୍ଟ ମିଟର ରେଣ୍ଟ୍ ହେବ ଛାଡ଼ l ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ କରିବ ନିଗମ । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନାହିଁ ।

➡୪-ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା, ପେନସନରେ ବି ହେଲା ବୃଦ୍ଧି l ସାଂସଦଙ୍କ ଦରମାରେ ୨୪ ହଜାର ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କା ହେଲା ବୃଦ୍ଧି । ସେହିଭଳି ସାଂସଦଙ୍କ ‘ଡିଏ’କୁ ମଧ୍ୟ ୨ ହଜାରରୁ ୨୫୦୦ ଟଙ୍କାକୁ କରାଗଲା ବୃଦ୍ଧି।

➡୫-ପିଏମ୍ ଆବାସ ପାଇଁ ପଞ୍ଜିକରଣ କଲେଣି ୨୪ ଲକ୍ଷ ୨୨ ହଜାର ୭୭୧, ୩୧ ସୁଦ୍ଧା ଆସିବ ପୁରା ତାଲିକା l ବାଦ୍‌ ପଡିଥିବା ହିତାଧିକାରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିପାରିବେ ।

➡୬-ଫ୍ଲାଇଟ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏଣିକି ଟିକେଟ ବୁକ୍ କରିବା ପରେ ମୋବାଇଲକୁ ଆସିବ ଏସଏମଏସ ବା ହ୍ୱାଟ୍ସଆପ ଜରିଆରେ ମେସେଜ l ଏହି ଲିଙ୍କରେ ଯାତ୍ରୀମାନଙ୍କର ଅଧିକାରଠାରୁ ଆରମ୍ଭ କରି ନିୟମ ଏବଂ ଅଭିଯୋଗ ସମାଧାନ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ହେବ ।

➡୭-ଆରମ୍ଭ ହେଲା ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନ, ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରେଖା ଗୁପ୍ତା ବଜେଟ ଉପସ୍ଥାପନ କରିବେ । ପ୍ରାୟ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀରେ ଶାସନକୁ ଆସିବା ପରେ ବିଜେପି ସରକାର ଏହାର ପ୍ରଥମ ବଜେଟ ଉପସ୍ଥାପନ କରିବ। ଆପ୍ ସରକାରର କାର୍ଯ୍ୟକାଳ ଉପରେ ଶ୍ବେତ ପତ୍ର ଜାରି କରିବେ ଦିଲ୍ଲୀ ସରକାର, ଏନେଇ ବିଧାନସଭାରେ ରେଖା ଗୁପ୍ତା କଲେ ଘୋଷଣା l

Railway RRB ALP Recruitment 2025 Apply For 9900 Post

Today News! Tuesday 25/03/2025

➡୮-ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ଖନନ ପାଇଁ ମିଳିଲା ମଞ୍ଜୁରୀ, ଦରକାର ପଡିଲେ ଆଉ ୧ ହଜାର ନଳକୂଅ ଖନନ ହେବ । ବର୍ତ୍ତମାନ ସୁଦ୍ଧା ୨ହଜାର ସଂପୂର୍ଣ୍ଣ ହୋଇଛି । ଜୁନ ୧୫ ସୁଦ୍ଧା ସମସ୍ତ ନଳକୂଅ ଖନନ କରିବାକୁ ଟାର୍ଗେଟ କରାଯାଇଥିବା ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଦେଲେ ସୂଚନା ।

➡୯-ଡିଜି ଟ୍ୟାଗିଂ ପାଇଁ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ହେଲା ପୁରସ୍କୃତ l ଲ୍ୟାଣ୍ଡ ରେକର୍ଡ ଓ କ୍ରପ୍ ପାଇଁ ଡିଜି ଟ୍ୟାଗିଂରେ ଭାରତ ସରକାର ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ କଲେ ପୁରସ୍କୃତ l

➡୧୦-ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଲା ‘ଛାବା’ l ପଛରେ ପଡିଲା ଶ୍ରଦ୍ଧା କପୁରଙ୍କ ଅଭିନୀତ ସ୍ତ୍ରୀ 2 ଯାହାର ଆଜୀବନ ସଂଗ୍ରହ ଥିଲା 597.99 କୋଟି ଟଙ୍କା l

➡୧୧-ଏଣିକି ଅଢେଇ କିଲିଆ ହାତର ଶକ୍ତି ଏବେ ଦେଖିବ ସାଉଥ୍ l ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ ‘ଜାଟ୍’ର ଟ୍ରେଲର୍‌ ହେଲା ରିଲିଜ। ଏହା ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିବ l

➡୧୨-ବଲିଉଡର ବରିଷ୍ଠ ଅଭିନେତା ଅକ୍ଷୟ କୁମାର ମୁମ୍ବାଇରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟକୁ ୬.୬ କୋଟି ଟଙ୍କାରେ କଲେ ବିକ୍ରି l

➡୧୩-ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍‌ ଜାଲିଆନଓ୍ବାଲା ବାଗ’ର ଟିଜର ହେଲା ରିଲିଜ୍‌ l କରଣ ସିଂହ ତ୍ୟାଗୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣାକ୍ରମ ଉପରେ ଆଧାରିତ।

➡୧୪-ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା l ଏନେଇ ଢେଙ୍କାନାଳର ଏକ ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର l

➡୧୫-ଦୁର୍ନୀତି ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ବିଦା ହୋଇଛନ୍ତି ୧୫୯ ଜଣ ବାବୁ, ଏନେଇ ବିଧାନସଭାରେ ଲିଖିତ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

➡୧୬-ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚ୍ଛାୱା’ ସଂସଦରେ ପ୍ରଦର୍ଶିତ ହେବ। ଚଳିତ ସପ୍ତାହର ଗୁରୁବାର ଦିନ ହିଁ ଏହି ଚଳଚ୍ଚିତ୍ର ସଂସଦର ବାଲୟୋଗୀ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ।

➡୧୭-ଆକ୍ସନ ମୋଡ୍‌ରେ ଦିଲ୍ଲୀ ହାଇକୋର୍ଟ, ଜଷ୍ଟିସ ଯଶବନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ବ ହେଲା ପ୍ରତ୍ୟାହୃତ l ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲାରେ ଦିଲ୍ଲୀ ହାଇକୋର୍ଟ ନେଲେ କାର୍ଯ୍ୟାନୁଷ୍ଠାନ l

➡୧୮-ଦେଶ ସେବାରେ ଆସାମ ରାଇଫଲସକୁ ପୁରିଲା୧୯୦ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଳିଲା ସ୍ଥାପନା ଦିବସ l ସିଲଂ ସ୍ଥିତ ମୁଖ୍ୟାଳୟରେ ଗର୍ବ ଓ ଶ୍ରଦ୍ଧାର ସହିତ ଏହି ସ୍ଥାପନା ଦିବସ ହେଲା ପାଳନ l

➡୧୯-ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚ୍‌ ରେ ଗତକାଲି ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା l

➡୨୦-କ୍ରିକେଟ ମ୍ୟାଚ ବେଳେ ତାମିମ ଇକବାଲଙ୍କୁ ହେଲା ହୃଦଘାତ l ଢାକା ପ୍ରିମିୟର ଲିଗ(ଡିପିଏଲ) ମ୍ୟାଚ ସମୟରେ ବାଂଲାଦେଶୀ ଖେଳାଳି ତାମିମ ଇକବାଲ ହେଲେ ହୃଦଘାତର ଶିକାର, ଡାକ୍ତରଖାନାରେ ହେଲେ ଭର୍ତ୍ତି l

➡ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll

🔅ଆଜି ଚଇତି ମଙ୍ଗଳବାର ଓଷା ll
🔅ଆଜି ପାପମୋଚନୀ ଏକାଦଶୀ ll
🔅ଆଜି ତାରା ତାରିଣୀ ଓଷା ll
🔅ଆଜି ଜନ୍ମିତ ଶିଶୁ ଆନ୍ତର୍ଜାତୀୟ ଦିବସ ll
🔅ଆଜି ଜାତୀୟ ପଦକ ସମ୍ମାନ ଦିବସ ll
🔅ଆଜି ଗ୍ରୀକ୍ ସ୍ୱାଧୀନତା ଦିବସ ll
🔅ଆଜି ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଆଲର୍ଟ ଦିବସ ll
🔅ଆଜି ବିଶ୍ୱ ପ୍ରତ୍ୟାବର୍ତ୍ତନ ଦିବସ ll

  ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll          
       ll ଶୁଭ ସକାଳ,ସୁପ୍ରଭାତ ll

🌹🌼👉ମହାବୀର ପଞ୍ଜିକା👈🌼🌹

ଅଦ୍ୟ ମାର୍ଚ୍ଚ ମାସ ୨୫ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଚୈତ୍ର ମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୪/୧୧ ଗତେ ଦ୍ଵାଦଶୀ
ନକ୍ଷତ୍ର- ଶ୍ରାବଣ। ରାତ୍ରି ଘ୦୪/୪୯ ଗତେ ଧନିଷ୍ଟା
ଚନ୍ଦ୍ର – ମକର
ଯୋଗ- ଶିବ
କରଣ – ବବ
ସୌରମାସ- ମୀନ ୧୨ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୨୫
✧═════•❁❀ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୪/୧୧ ଗତେ ନୈରୁତେ ସିଂହ ରାଶି ର ଘାତଚନ୍ଦ୍ର ମକର ରାଶର ଘାତବାର ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ୦୪/୧୧ ଗତେ ଦ୍ଵୀପାଦ ପୁଷ୍କର ଦୋଷ ✧═════•❁❀❁•═══ କାଳବେଳା -ଦିବା ଘ୦୧/୨୪ ଗତେ ଘ୦୨/୫୬ ମଧ୍ୟେ ବାରବେଳା – ଦିବା ଘ୦୭/୨୦ ଗତେ ଘ୦୮/୫୦ ମଧ୍ୟେ ══•❁❀❁•═ ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୫୧ ଗତେ ଘ୧୦/୩୭ ମଧ୍ୟେ ଓ ଘ୦୩/୨୪ ଗତେ ଘ୦୫/୦୦ ମଧ୍ୟେ ଓ ରାତ୍ରି ଘ୦୬/୪୬ ଗତେ ଘ୦୯/୧୨ ମଧ୍ୟେ ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ═✧══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════✧
═══•❁❀❁•═════✧*
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌷👉 : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
✧═════•❁❀❁•═════✧
🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
✧═════•❁❀❁•═════✧
🌹ମିଥୁନ🌷👉 : ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
✧═════•❁❀❁•═════✧
🌹କର୍କଟ🌷👉 : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
✧═════•❁❀❁•═════✧
🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
✧═════•❁❀❁•═════✧
🌹କନ୍ୟା🌷👉 : ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
✧═════•❁❀❁•═════✧
🌹ତୁଳା🌷👉 : ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
✧═════•❁❀❁•═════✧
🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
✧═════•❁❀❁•═════✧
🌹ଧନୁ🌷👉 : ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
✧═════•❁❀❁•═════✧
🌹ମକର🌷👉 : ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
✧═════•❁❀❁•═════✧
🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
✧═════•❁❀❁•═════✧
🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ଆଜିଠାରୁ ବଢ଼ିବ ଖରା, ଦକ୍ଷିଣ ଓଡିଶାରେ କାଳବୈଶାଖୀ ସମ୍ଭାବନା

ପ୍ରକାଶ ପାଇଲା ଶ୍ରୀମନ୍ଦିର ପର୍ବପର୍ବାଣି ତାଲିକା। ଜୁନ ୨୭ରେ ରଥଯାତ୍ରା, ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା

ଆସନ୍ତା ୨୫-୨୬ ଆର୍ଥିକ ବର୍ଷରେ ସାଧାରଣ ଲୋକଙ୍କ ପାଇଁ ବିଜୁଳି ଦର ବଢ଼ିବନି। ସ୍ମାର୍ଟ ମିଟର ଲଗାଇଥିଲେ ଭଡ଼ା ଛାଡ଼।

ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ କାମ ଚାଲିଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ

ପୁରୀରେ ହେବ ବିମାନବନ୍ଦର, ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଥିବା ସୂଚନା।

ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ଖନନ ପାଇଁ ମଞ୍ଜୁର, ଜୁନ୍ ୧୫ ସୁଦ୍ଧା ସାରିବାକୁ ରହିଛି ଟାର୍ଗେଟ।

ରାଜଧାନୀକୁ ଜଗିବେ ଦୁଇଜଣ ଡିସିପି, ଦୁଇ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୁଲିସ।

ବିଧାନସଭା ସ୍ଥିତି ସୁଧୁରିଲା ନାହିଁ, ପୁଣି ଘଣ୍ଟ ମାଡ଼ରେ କମ୍ପିଲା ଗୃହ।

ବାଲେଶ୍ବରରେ ବିଶୁଦ୍ଧ ପାଣି ସଙ୍କଟ, ପାଣି କିଣି ପିଉଛନ୍ତି ଲୋକେ , ପାଣି ପାଇଁ ସହର ଡହଳବିକଳ

କୁଆପଥର ବର୍ଷାରେ ମୟୁରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକ ପ୍ରଭାବିତ, ଭାଙ୍ଗିଛି ୩୫୧୪ ଘର,୨୦ କୋଟି ୩୮ ଲକ୍ଷ ଟଙ୍କା ସହାୟତା ମଞ୍ଜୁର।

ବିଦେଶକୁ ରପ୍ତାନୀ ହେବ ଢେଙ୍କାନାଳ ଆମ୍ବ, ଏନ୍‌ଜିଓ ସହ ୧୫ବର୍ଷ ପାଇଁ ଏମ୍‌ଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର।

ଆଲୋକିତ ହେବ କୋଟିଆର ୨୦ ଗାଁ,୧୦ କୋଟିର ସ୍ବତନ୍ତ୍ର ବିଦ୍ୟୁତ ସବଷ୍ଟେସନ ସ୍ଥାପନ କାର୍ଯ୍ୟାରମ୍ଭ।

ଭଦ୍ରକ କେନ୍ଦ୍ରାପଡା ଯାତାୟାତ ପାଇଁ କାମରେ ଆସୁନି ୧୮ କୋଟିର ‘ଜାହାଜ’। ପଡି ପଡି ଖତ ଖାଉଛି।

ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଆଇସିୟୁ ଶଯ୍ୟା ଅଭାବରୁ ୨୦ରୁ ଅଧିକ ରୋଗୀ ପ୍ରତିଦିନ ଅନ୍ୟତ୍ର ରେଫର୍‌ ହେଉଛନ୍ତି

ଭୁବନେଶ୍ୱର ପୋଲିସ୍ ମାଡ଼ି ବସିଲା ନକଲି ଡ଼ିଏସପି କୁ। ନକଲି ୟୁନିଫର୍ମ, ଆଇକାର୍ଡ଼ ଓ ନକଲି ନୋଟ୍ ଜବତ

କୋରାପୁଟ କୋଟିଆବାସୀ ଓଡ଼ିଶା ଉପରେ ଭରସା ନକରି ଆନ୍ଧ୍ର ଅଧିକାରୀଙ୍କୁ ବିଦ୍ୟୁତ ସମସ୍ୟା ଜଣାଇଲେ, ଆସିଗଲେ ଆନ୍ଧ୍ରର ରାଜସ୍ବ ନିରୀକ୍ଷକ

ସୋନପୁର ଯୁବକ ବିଶ୍ଵାମିତ୍ର ଯାଇଥିଲେ ଦାଦନ ଖଟିବାକୁ ତେଲେଙ୍ଗାନା, ଶବ ହୋଇ ଗାଁକୁ ଫେରିଲେ

ସମ୍ବଲପୁର କୁଚିଣ୍ଡାରେ ବାଇକ୍ ଦୁର୍ଘଟଣା, ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଆଉ ଜଣେ ଗୁରୁତର

ଗଂଜାମ ମୋହନାରେ ଅଙ୍ଗନବାଡି ଛତୁଆ ଖାଇ ଦୁଇ ଶିଶୁ କନ୍ୟା ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ।

କଟକ ଆଠଗଡ଼ରେ ଗୋରୁ ବୋଝେଇ ଗାଡ଼ି ଜବତ ଘଟଣା, ଚମ୍ପଟ ମାରିଥିବା ଗୋ ମାଫିଆଙ୍କୁ ଗିରଫ କଲା ପୋଲିସ୍

ଜଷ୍ଟିସ ଯଶବନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ବ ପ୍ରତ୍ୟାହୃତ କଲା ଦିଲ୍ଲୀ ହାଇକୋର୍ଟ,

ବଢ଼ୁଥିବା ଛାତ୍ର ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ: ଗଠନ ହେଲା ନାସନାଲ୍ ଟାସ୍କ ଫୋର୍ସ।

ବିଶାଖାପାଟଣା ଆଇପିଏଲ ରେ ଲକ୍ଷ୍ନୌ ଠାରୁ ମ୍ୟାଚ୍ ଛଡ଼ାଇ ନେଲେ ଦିଲ୍ଲୀର ଆଶୁତୋଷ।

୧.୨୭ ଲକ୍ଷ କୋଟିରେ ପହଁଚିଲା ଭାରତର ପ୍ରତିରକ୍ଷା ଉତ୍ପାଦନ

ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ଯୋଜନାର ଲାଭ ନେବାକୁ କହିଲେ ରାଷ୍ଟ୍ରପତି।

ଆଜି ଦାସତ୍ୱ ପ୍ରତାଡିତ ଦିବସ
ଆଜି ଅଜନ୍ମିତ ଶିଶୁ ଦିବସ

ଆଜି ଜନ୍ମଦିନ: ଉଷା ମେହେଟା, କିଶୋରୀ ସିହ୍ନା, ଫାରୁକ ଶେଖ, ସାରା ଜେସିକା ପାର୍କର, ବରେନ୍ଦ୍ର କୃଷ୍ଣ ଧଳ (ସାମ୍ବାଦିକ)

Leave a Reply