News Today ଖବର ଆଜିର, ୨୪ ମାର୍ଚ୍ଚ, ସୋମବାର ଖବର ଆଜିର, ୨୪ ମାର୍ଚ୍ଚ, ସୋମବାର

ଆଜି ବି ରାଜ୍ୟରେ ମେଘୁଆ ପାଗ। କାଲିଠାରୁ ବଦଳିବ ତାପମାତ୍ରା
ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ ଟଙ୍କା ମିଳିବ, କହିଲେ ମନ୍ତ୍ରୀ
ପୁରୀ ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ,୧୫ ଜଣ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ।
ନାରୀ ନିର୍ଯାତନା ପ୍ରସଙ୍ଗରେ ୨୭ରେ ବିଧାନସଭା ଘେରିବ କଂଗ୍ରେସ।
ଭୁବନେଶ୍ୱର, ପ୍ରଶ୍ନପତ୍ର ପ୍ରଘଟ ସନ୍ଦେହ,ଏଲଟିଆର ପରୀକ୍ଷାର୍ଥୀଙ୍କ ପ୍ରତିବାଦ।
ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ।
ବିଧାନସଭା ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ! ବିଜେପି ଶିବିରରେ ଆଶାୟୀଙ୍କ ଭିଡ଼।
ପୁରୀ ହରିରାଜପୁରରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଉଦ୍ଯାପିତ
ଓଡ଼ିଶା ପାଉନି ପାଣି, ଶୁଖିଲା ପଡିଛି ଜମି। କୋଟପାଡ଼ରେ ଛତିଶଗଡ଼ ଆଡ଼ିବନ୍ଧ ଭାଙ୍ଗିଦେଲେ ବିଜେଡି କର୍ମୀ
ସମ୍ବଲପୁର ପେନସନପଡା ରେ ବିଦ୍ୟୁତ କେବୁଲରେ ସଟ ସାର୍କିଟରୁ ନିଆଁ। ଟାଟା ପାୱାର ଦୁର୍ବଳତା ପଦାରେ ପଡିଲା
କୋଇଡ଼ା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଗଲା, ୩ଜଣଙ୍କ ମୃତ୍ୟୁ, ତିନି ଆହତ।
ଗଜପତି ଜିଲ୍ଲା ରାମଗିରି ଗାଁରେ ଅଙ୍ଗନବାଡି ଛତୁଆ ଖାଇ ୨ ଶିଶୁ କନ୍ୟା ମୃତ, ୨ ଗୁରୁତର।
ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ, ୫ ଦିନର ଜେରାରେ ୧୫ ଜଣଙ୍କ ବୟାନ୍ ରେକର୍ଡ।
ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ଯବହାର ମନା।
ମାଥିଲିରେ ନିୟନ୍ତ୍ରଣ ହରାଇଲା ଯାତ୍ରୀବାହି ବସ୍ ‘ମହାବାହୁ’, ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ।
DRDO RAC Recruitment 2025 Apply Now
ମୟୁରଭଞ୍ଜ କପ୍ତିପଦାରେ
ବନ କର୍ମଚାରୀଙ୍କ ଉପରକୁ ଗୁଳି, ୪ ଶିକାରୀ ଗିରଫ, ବନ୍ଧୁକ ଜବତ
ଭୁବନେଶ୍ୱରରେ ସିଆରପିଏଫ୍ ଯବାନଙ୍କୁ ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ।
ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ସିଆରପିଏଫ ସବ୍ ଇନସ୍ପେକ୍ଟର ସହିଦ, ଯବାନ ଗୁରୁତର।
ସାଙ୍ଗ ସହ ମିଶି ବାନ୍ଧବୀ କୁ ନିର୍ଯ୍ୟାତନା ପରେ ହତ୍ୟା କଲା ଯୁବକ, ହୀରାକୁଦ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ।
ୟୁପିରେ ବୋହୂ କ୍ରିକେଟ୍ ବ୍ୟାଟରେ ପିଟି ଶ୍ୱଶୁରଙ୍କୁ କଲା ହତ୍ୟା
ବ୍ଲାକମେଲ ପରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା, ଦିଲ୍ଲୀରୁ ନାଇଜେରିଆ ଯୁବକ ଗିରଫ।
ନାଗପୁର ହିଂସା କ୍ଷତିଗ୍ରସ୍ତଙ୍କୁ ୪୮ ଘଣ୍ଟାରେ ମିଳିବ କ୍ଷତିପୂରଣ, ମଙ୍ଗଳବାର ସୁଦ୍ଧା ଆକାଉଣ୍ଟକୁ ଯିବ ପଇସା।
ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ବିକ୍ରି ନକରିବା ପାଇଁ ନିଷ୍ପତ୍ତି
ଆଇପିଏଲ ରେ ଋତୁରାଜ, ରଚିନଙ୍କ ଲଢୁଆ ବ୍ୟାଟିଂ, ମୁମ୍ବାଇକୁ ହରାଇଲା ଚେନ୍ନାଇ।
ହାଇଦ୍ରାବାଦରେ କିଷନଙ୍କ ୧୦୬, ରାଜସ୍ଥାନକୁ ହରାଇଲା ସନରାଇଜର୍ସ।
ପଞ୍ଜାବରେ ଖଲିସ୍ଥାନ ସମର୍ଥକଙ୍କ ଦାଦାଗିରି, ହିମାଚଳ ବସ୍ ଡ଼୍ରାଇଭରଙ୍କୁ ଆକ୍ରମଣ।
ସହରବାସୀଙ୍କ ମଧ୍ୟରେ ବୀମା ସଚେତନତା ଅଧିକ, ୨୦୩୦ ସୁଦ୍ଧା ବୟସ୍କଙ୍କ ସଂଖ୍ୟା ୫୦% ବଢ଼ିବ
ଆମେରିକାର ଭର୍ଜିନିଆ ପ୍ରଦେଶ ଅକୋମାକ୍ ସହରରେ ଗୁଳିକାଣ୍ଡ, ଭାରତୀୟ ବାପ-ଝିଅ ମୃତ।
ଆମାଜନ୍ ମୁଖ୍ୟ ୬୧ ବର୍ଷୀୟ ଜେଫ୍ ବେଜୋସ୍ ତାଙ୍କ ବାନ୍ଧବୀ ଲରେନ୍ ସାଞ୍ଚେଜ୍ଙ୍କୁ ଜୁନ୍ ମାସରେ ଭେନିସ୍ରେ ବିବାହ କରିବେ
ଆଜି ବିଶ୍ୱ ଟିବି ଦିବସ
ଆଜି ଜନ୍ମଦିନ: ସତ୍ୟେନ୍ଦ୍ର ସିହ୍ନା, ଇମରାନ ହାସମୀ, କ୍ରୁନାଲ ପାଣ୍ଡ୍ୟା, ମନୋହର ମେହେର (୧୮୮୫, ପଶ୍ଚିମ ଓଡିଶାର ଗଣକବି)
ଆଜି ତିରୋଧାନ: ରାଣୀ ଏଲିଯାବେଥ ୧
ଇତିହାସରେ ଆଜି: (୧୮୩୭) କାନାଡ଼ା ରେ କଳା ନାଗରିକଙ୍କୁ ଭୋଟଦାନ ଅଧିକାର/ (୨୦୦୮) ଭୁଟାନରେ ପ୍ରଥମ ନିର୍ବାଚନ/ (୨୦୨୦) ଭାରତରେ କୋଭିଡ ପାଇଁ ୨୧ ଦିନିଆ ଲକଡାଉନ ଘୋଷଣା
🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୪/୦୩/୨୦୨୫,ସୋମବାର🌼
୧- 👉 ଆସୁଛନ୍ତି ରାଷ୍ଟ୍ରପତି। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତରେ ଆସି ଆଜି ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବେ। ଛତିଶଗଡ଼ର ରାୟପୁରରୁ ବାହାରି ଆଜି ଦିନ ସାଢେ ଗୋଟାଏ ବେଳେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
୨- 👉 ମାର୍ଚ୍ଚ ୨୬ରେ ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି।ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ଣ ୧୦ଟାରେ ଶପଥ ଗ୍ରହଣ କରିବେ। ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପଟି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହର ଆୟୋଜନ କରାଯାଉଛି। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, କର୍ମଚାରୀ, ବାର ଆସୋସିଏସନ୍ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ।
୩- 👉 କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି।ରାଜ୍ୟରେ ପୁଣି ଥରେ ବଢିବ ତାତି। ମଙ୍ଗଳବାର ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ। ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ରବିବାର କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୭୧ ମିମି ବର୍ଷା ହୋଇଛି। କେବଳ ମାଲକାନଗିରିକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
୪- 👉 ମନ୍ତ୍ରୀଙ୍କ ଗାଡି ଉପରକୁ ଢେଲାମାଡ ଘଟଣା: ମାମଲା ରୁଜୁ।ବାରିପଦାରେ ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ଢେଲା ମାଡ଼ ଘଟଣାରେ ବାଙ୍ଗିରିପୋଷି ଥାନାରେ ମାମଲା ରୁଜୁ ହୋଇଛି । ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ପୋଲିସ ଖୁବଶୀଘ୍ର ଚିହ୍ନଟ କରିବ । ଅଭିଯୁକ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲୁ ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି।
୫- 👉 ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ।ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଏହି ବିସ୍ଫୋରଣ ଜାତୀୟ ରାଜପଥ ୬୩ ନିକଟରେ ହୋଇଛି। ଏହି ବିସ୍ଫୋରଣ ଫଳରେ ଜାତୀୟ ରାଜଫରେ ୫ ଫୁଟର ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିବାର ଖବର ସାମ୍ନାକୁ ଆସିଛି।
୬- 👉 ଛତୁଆ ଖାଇ ଦୁଇ ଭଉଣୀଙ୍କ ମୃତ୍ୟୁ।ଗଜପତିରୁ ଆସିଲା ଦୁଃଖଦ ଘଟଣା। ଗଜପତିର ଆର୍.ଉଦୟଗିରି ବ୍ଲକ ରାମଗିରି ଗାଁରେ ଛତୁଆ ଖାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେପଟେ ଆଉ ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଆହତଙ୍କୁ ପ୍ରଥମେ ରାମଗିରି ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମୃତକଙ୍କ ବୟସ ଯଥାକ୍ରମେ ୩ ଓ ୬ ବର୍ଷ ବୋଲି ସୂଚନା ରହିଛି।
୭- 👉 ଦୁଇ ଲୁଟେରାଙ୍କୁ ମାଡି ବସିଲା ପୋଲିସ।ପାଟ୍ରୋଲିଂ ବେଳେ ଧରାପଡିଛି କେଜିଏ ରୂପା ଅଳଙ୍କାର। ନୟାପଲ୍ଲୀ ଥାନା ଅଞ୍ଚଳରେ ରାତିରେ ବୁଲୁଥିବା ଅବସ୍ଥାରେ ଦୁଇ ଜଣଙ୍କୁ ଧରିଥିଲା ପୋଲିସର ନାଇଟ୍ ପାଟ୍ରୋଲିଂ ପିସିଆର ଟିମ୍। ଉକ୍ତ ୨ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ପରେ ସୁନାଗହଣା ଲୁଟ୍ର ପର୍ଦ୍ଦାଫାସ୍ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା।
୮- 👉 ପୋଲିସ ହାତରେ ସେକ୍ସଟର୍ସନ ଅଭିଯୁକ୍ତ।ପୋଲିସ ଜାଲରେ ପଡିଛି ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ଜଣେ ନାଇଜେରିଆ ନାଗରିକଙ୍କୁ ଦିଲ୍ଲୀରୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ ଅଭିଯୋଗ ଏବଂ ଏହାପରେ ବ୍ଲାକ ମେଲ୍ କରି ଲକ୍ଷାଧିକ ଟଙ୍କା ହଡ଼ପ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ପ୍ରତିକ୍ରିୟା ଦେଇ କଟକ ଡିସିପି କହିଛନ୍ତି ଯେ, ଗିରଫ ନାଇଜେରିଆ ନାଗରିକକୁ ରିମାଣ୍ଡରେ ଅଣାଯିବ।
୯- 👉 ଉପଲରେ ଜିତିଲା ହାଇଦ୍ରାବାଦ।ରବିବାର ଆଇପିଏଲର ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚଟି ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୬ ୱିକେଟ ବିନିମୟରେ ୨୮୬ ରନ ସଂଗ୍ରହ କରିଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସର ଲଢୁଆ ବ୍ୟାଟିଂ କରିଥିଲେ ହେଁ ଶେଷରେ ୬ ୱିକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲେ। ସନରାଇଜର୍ସ ପକ୍ଷରୁ ପଦାର୍ପ ମ୍ୟାଚ ଖେଳି ଶତକ ଅର୍ଜନ କରିଥିଲେ ଇଶାନ କିଷନ। ଏହା ସହିତ ସେ ପ୍ଲେୟାର ଅଫ ଦ ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ।
୧୦- 👉 ମୁମ୍ବାଇକୁ ହରାଇଲା ଚେନ୍ନାଇ।ଚେନ୍ନାଇ ଠାରେ ରବିବାର ଆଇପିଏଲର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୧୫୫ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗସ ୧୯.୧ ଓଭରରେ ୬ ୱିକେଟ ହରାଇ ୧୫୮ ରନ କରିବା ସହିତ ବିଜୟ ହାସଲ କରିନେଇଥିଲା। ନୂର ଅହମ୍ମଦ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।