ଖବର ଆଜିର, ୨୦ ମାର୍ଚ୍ଚ, ଗୁରୁବାର – Todays News March, 20,2025

Weather
- ଆଜିଠୁ ହୋଇପାରେ ବର୍ଷା, କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ।
April, 2 About School
- ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସ୍କୁଲ ସକାଳୁଆ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି
Ration Card
- ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ ଲକ୍ଷେ ମହିଳା ସୁଭଦ୍ରା ମାଗଣା ଟଙ୍କା ପାଇନାହାନ୍ତି, ମାର୍ଚ୍ଚ ୩୧ ପରେ ସର୍ଭେ କରି ପୁଣି ଟଙ୍କା ବଣ୍ଟାଯିବ
Occasion
- ଆଜି ପଖାଳ ଦିବସ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନରେ ହୋଇଛି ବ୍ୟାପକ ଆୟୋଜନ।
Jagannath Dham (Puri)
- ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ସରକାରଙ୍କ କଥାରେ ଦ୍ୱନ୍ଦ୍ୱ, ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ଦେଇ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ
Cuttack
- କଟକରେ ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ।
- ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଙ୍କ ପରିବାର, ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭରସା ଦେଲେ ମୋହନ।
- ନବ ଦାସ ହତ୍ୟା ମାମଲାରେ ପରିବାର ଲୋକଙ୍କ ବୟାନ ରେକର୍ଡ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖୋଳତାଡ଼
- ସୁପ୍ରିମ୍କୋର୍ଟରେ ଦାରା ମୁକ୍ତି ମାମଲା, ସରକାରଙ୍କୁ ୬ ସପ୍ତାହ ସମୟ ମିଳିଲା
- ଗହୀରମଥାରେ ୨ଟି କଇଁଛଙ୍କ ଦେହରେ ଲଗାଗଲା ଜିପିଏସ ଟ୍ରାନ୍ସମିଟର
- ସ୍ବାଭାବିକ ହୋଇପାରୁନି ବିଧାନସଭା । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି।
- ରାଜ୍ୟର ସମସ୍ତ ୭ ସୂତା ଓ ୮ ଲୁଗାକଳ ଅଚଳ, ୪ଟି ଚିନି କଳ ବି ବନ୍ଦ।
- ଆଜିଠୁ କଳାବ୍ୟାଚ୍ ପିନ୍ଧିବେ ଆୟୁଷ ଡାକ୍ତର,୨୭ରୁ କାର୍ଯ୍ୟ ବନ୍ଦ।
Bhubaneshwar
- ଭୁବନେଶ୍ୱର ରୁଦ୍ରପୁରରେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ, ଗୁରୁତର ବ୍ୟବସାୟୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର।
- ଭୁବନେଶ୍ୱର ରେ ଲେଖା ଚୋରି ମାମଲା, ୟୁଟ୍ୟୁବର ତପି ମିଶ୍ର ଗିରଫ।
- ବୈପାରୀଗୁଡାରେ କଲେଜ ଯାଉଥିବା ବେଳେ ଗଛ ଡାଳ ପଡ଼ି ଜଣେ ଛାତ୍ର ମୃତ , ୨ ଗୁରୁତର।
- ଗଞ୍ଜାମ, ଦିଗପହଣ୍ଡି:ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ, ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍।
- ଭୁବନେଶ୍ୱର ହାତିଆଶୁଣି ପାଣି ଟାଙ୍କି ନିକଟରେ ୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ।
- ଢେଙ୍କାନାଳରେ ପରିବହନ ବ୍ୟବସାୟ ଆଳରେ କୋଟି କୋଟି ଟଙ୍କାର ଠକେଇ। ୨ ମହିଳା ଗିରଫ, ଗୋଟିଏ ଟ୍ରକ୍ ଜବତ
- ଭୁବନେଶ୍ୱର ନୟାଗଡ ବିଶାଖା ବସ ପିଚୁକୁଳିରେ କାରସହ ମୁହାଁମୁହିଁ ଧକ୍କା, କାରରେ ଥିବା ଦୁଇ ଯାତ୍ରୀଙ୍କର ମୃତ୍ୟୁ
- କର୍ଣ୍ଣାଟକ ବିଧାନସଭାରେ ଦାବୀ, ସରକାର ପ୍ରତି ସପ୍ତାହରେ ମଦ୍ୟପଙ୍କୁ ଦୁଇ ବୋତଲ ମଦ ଦିଅନ୍ତୁ।
- ନାଗପୁର ଦଙ୍ଗା ମାଷ୍ଟରମାଇଣ୍ଡ ଫହିମ ଶାମିମ ଖାନ ଗିରଫ, ନୀତିନ ଗଡକରୀଙ୍କ ବିପକ୍ଷରେ ଲଢିଥିଲା ନିର୍ବାଚନ
- ୨୪ କ୍ୟାରେଟ୍ ସୁନା ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ଟଙ୍କା, ୨୨ କ୍ୟାରେଟ୍ ସୁନା ୪୦୦ ଟଙ୍କା ବୃଦ୍ଧି ପାଇ ୮୨,୫୦୦ ଟଙ୍କା।
- ଟ୍ରମ୍ପ ଆଲୋଚନା ପାଇଁ ପୁଟିନଙ୍କୁ ଫୋନ କରିଥିଲେ, କିନ୍ତୁ ପୁଟିନ ତାଙ୍କୁ ଘଣ୍ଟାଏ ଅପେକ୍ଷା କରାଇଲେ
ଆଜି ଅନ୍ତର୍ଜାତୀୟ ଖୁସି ଦିବସ
ବିଶ୍ୱ ସ୍ପାରୋ ପକ୍ଷୀ ଦିବସ
ଆଜି ଜନ୍ମଦିନ: ଅଲକା ୟାଗନିକ, ସାବିତ୍ରୀ ଜିନ୍ଦଲ, ମଦନ ଲାଲ (କ୍ରିକେଟ), ଆନନ୍ଦ ଅମୃତରାଜ (ଟେନିସ), ନିଶା ମିଲେଟ (ସନ୍ତରଣ), ଭାଗିରଥି ମହାରଣା (ବ୍ରହ୍ମପୁର)
ଆଜି ତିରୋଧାନ: ଖୁସୱନ୍ତ ସିଂ, ଗିରିଜା ପ୍ରସାଦ କୋଇରାଲ
- ଇତିହାସରେ ଆଜି: (୧୯୫୬) ଟୁନିସିଆ ଦେଶ ସ୍ୱାଧୀନ ହେଲା/ (୨୦୦୩) ଇରାକରେ ପଶିଗଲେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ/ (୨୦୨୦) ନିର୍ଭୟା କାଣ୍ଡରେ ଚାରିଜଣଙ୍କୁ ଫାଶୀ ହେଲା/ (୨୦୧୭) ଗଙ୍ଗା ଓ ଯମୁନା ନଦୀ ଜୀବନ୍ତ ବୋଲି କହି ଟ୍ରୋଲ ହେଲେ ଉତ୍ତରାଖଣ୍ଡ କୋର୍ଟ