ଖବର ଆଜିର ୨୦-୦୩-୨୦୨୫ ଗୁରୁବାର

୧- ଭୁବନେଶ୍ଵର: ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ସକାଳୁଆ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି।
୨- ଆଜିଠୁ ହୋଇପାରେ ବର୍ଷା, କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା, ୨୪ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି।
୩- ବୈପାରୀଗୁଡା: କଲେଜ ଯାଉଥିବା ବେଳେ ଅଘଟଣ, ଗଛ ଡାଳ ପଡ଼ି ଜଣେ ଛାତ୍ର ମୃତ, ୨ ଗୁରୁତର।
୪- କଟକ: ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ।
୫- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଇ-ମେଲ୍ ଦେଇ ସ୍ପଷ୍ଟୀକରଣ ଦେଲେ ହେମାମାଳିନୀ।
୬- ଭୁବନେଶ୍ୱର ହାତିଆଶୁଣି ପାଣି ଟାଙ୍କି ନିକଟରେ ୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ।
୭- ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ ଲକ୍ଷେ ମହିଳା ସୁଭଦ୍ରା ମାଗଣା ଟଙ୍କା ପାଇନାହାନ୍ତି, ମାର୍ଚ୍ଚ ୩୧ ପରେ ସର୍ଭେ କରି ପୁଣି ଟଙ୍କା ବଣ୍ଟାଯିବ, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା।
୮- ଭୁବନେଶ୍ୱର: ଆଜି ପଖାଳ ଦିବସ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନରେ ହୋଇଛି ବ୍ୟାପକ ଆୟୋଜନ।
୯- ଢେଙ୍କାନାଳରେ ପରିବହନ ବ୍ୟବସାୟ ଆଳରେ କୋଟି କୋଟି ଟଙ୍କାର ଠକେଇ। ୨ ମହିଳା ଗିରଫ, ଗୋଟିଏ ଟ୍ରକ୍ ଜବତ।
୧୦- ଭୁବନେଶ୍ୱର: ରାଜ୍ୟର ସମସ୍ତ ୭ ସୂତା ଓ ୮ ଲୁଗାକଳ ଅଚଳ, ୪ଟି ଚିନି କଳ ବି ବନ୍ଦ।
୧୧- ଚନ୍ଦ୍ରଶେଖରପୁର: ଲେଖା ଚୋରି ମାମଲା, ୟୁଟ୍ୟୁବର ତପି ମିଶ୍ର ଗିରଫ।
୧୨- ଭୁବନେଶ୍ୱର: ଆଜିଠୁ କଳାବ୍ୟାଚ୍ ପିନ୍ଧିବେ ଆୟୁଷ ଡାକ୍ତର, ୨୭ରୁ କାର୍ଯ୍ୟ ବନ୍ଦ।
୧୩- ପାହାଳ ଥାନା ରୁଦ୍ରପୁରର ଘଟଣା: ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ, ଗୁରୁତର ବ୍ୟବସାୟୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର।
୧୪- ଦୋକାନୀକୁ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟ୍, କାର୍ଯ୍ୟାନୁଷ୍ଠାନ ନେଉନି ସାଲେପୁର ପୋଲିସ !
୧୫- ଗଞ୍ଜାମ, ଦିଗପହଣ୍ଡି: ସ୍କୁଲ ଯାଉଥିବା ବେଳେ ଚାଲିଗଲା ଜୀବନ, ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍।
୧୬- ରତ୍ନ ଭଣ୍ଡାର କମିଶନଙ୍କ ରିପୋର୍ଟ ; ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
୧୭- ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନକାର୍ଡକୁ ବାଦ୍ ଦିଆଯାଇଛି, ବିଧାନସଭା ଗୃହରେ ମନ୍ତ୍ରୀଙ୍କ ଉତ୍ତର।
୧୮- କଟକରେ ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ।
୧୯- ଭୁବନେଶ୍ୱର ନୟାଗଡ ବିଶାଖା ବସ ପିଚୁକୁଳିରେ କାରସହ ମୁହାଁମୁହିଁ ଧକ୍କା, କାରରେ ଥିବା ଦୁଇ ଯାତ୍ରୀଙ୍କର ମୃତ୍ୟୁ।
୨୦- ୨୦୩୫ ସୁଦ୍ଧା ମହାକାଶ କେନ୍ଦ୍ର, ୨୦୪୦ ସୁଦ୍ଧା ଚନ୍ଦ୍ରରେ ମହାକାଶଚାରୀ ପହଞ୍ଚାଇବ ଭାରତ।
୨୧- ବେଙ୍ଗାଲୁରୁ: ମା’-ବାପାଙ୍କୁ ନ ପଚାରିଲେ ମିଳିବନି ସମ୍ପତ୍ତି: କର୍ଣ୍ଣାଟକ ସରକାରଙ୍କ ଅଭିନବ ପ୍ରୟାସ।
୨୨- ମହାରାଷ୍ଟ୍ର: ନାଗପୁର ହିଂସା, ଦଙ୍ଗା ମାଷ୍ଟରମାଇଣ୍ଡ ଫହିମ ଶାମିମ ଖାନ ଗିରଫ, ନୀତିନ ଗଡକରୀଙ୍କ ବିପକ୍ଷରେ ଲଢିଥିଲା ନିର୍ବାଚନ। ଅନ୍ୟ ୪୨ ଜଣ ଗିରଫ।
୨୩- ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ସହ ନାମରୂପ-୪ ସାର କାରଖାନା ସ୍ଥାପନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।
୨୪- କର୍ଣ୍ଣାଟକ ବିଧାନସଭାରେ ଦାବୀ, ସରକାର ପ୍ରତି ସପ୍ତାହରେ ମଦ୍ୟପଙ୍କୁ ଦୁଇ ବୋତଲ ମଦ ଦିଅନ୍ତୁ।
୨୫- ୨୪ କ୍ୟାରେଟ୍ ସୁନା ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ଟଙ୍କା, ୨୨ କ୍ୟାରେଟ୍ ସୁନା ୪୦୦ ଟଙ୍କା ବୃଦ୍ଧି ପାଇ ୮୨,୫୦୦ ଟଙ୍କା।
୨୬- ସୁନୀତା ୱିଲିୟମ୍ସଙ୍କ ଫେରିବା ପରେ ଖୁସି ବ୍ୟକ୍ତ କଲେ ମୋଦୀ; ଶେୟାର କଲେ ପୁରୁଣା ଫଟୋ।
୨୭- ଗାଜାରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବାକୁ ଭାରତର ଦାବି।
ଆଜି ଚୈତ୍ର ମାସ କୃଷ୍ଣ ପକ୍ଷ ଷଷ୍ଠୀ, ପଖାଳ ଦିବସ, ଅନ୍ତର୍ଜାତୀୟ ଖୁସି ଦିବସ, ବିଶ୍ୱ ସ୍ପାରୋ ପକ୍ଷୀ ଦିବସ